Categories: ଜାତୀୟ

ସ୍କୁଲ୍‌ ଖୋଲିବା ନେଇ ଜାରି ହେଲା ନୂଆ ଏସ୍‌ଓପି

ନୂଆଦିଲ୍ଲୀ,୩।୧:କେନ୍ଦ୍ର ସରକାର ସ୍କୁଲ୍‌ ଖୋଲିବା ନେଇ ଗୁରୁବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ସ୍କୁଲ୍‌ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା ନାହିଁ। ସେ ନିଷ୍ପତ୍ତି ରାଜ୍ୟ ନେବ। ସାମାଜିକ ଦୂରତ୍ୱ ଜାଗାରେ ଶାରୀରିକ ଦୂରତ୍ୱ ଶଦ୍ଦ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛିି। ଶାରୀରିକ ଦୂରତ୍ୱ ବଜାୟ ପାଇଁ ସ୍କୁଲ୍‌ ପରିସରରେ ମାର୍କିଂ କରାଯିବ। ସ୍କୁଲ୍‌ରେ କ୍ରୀଡା ଉତ୍ସବ, ସାସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସ୍ଥିର କରିବେ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ସେହିପରି ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରୀଛାତ୍ରଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। କଣ୍ଟେନ୍‌ମେଣ୍ଟ ଜୋନରେ ରହୁଥିବା ସ୍କୁଲ୍‌ ବସ୍‌ ଡ୍ରାଇଭରଙ୍କୁ ଆସିବାକୁ ବାରଣ କରାଯାଇଛି। ଏବେ ୧୧ଟି ରାଜ୍ୟରେ ପୂୂର୍ଣ୍ଣ କ୍ଷମତାରେ ସ୍କୁଲ୍‌ ଖୋଲିଥିବାବେଳେ ୧୬ଟି ରାଜ୍ୟରେ କେବଳ ବଡ କ୍ଲାସ୍‌ ପିଲାଙ୍କ ପାଇଁ ଖୋଲାଯାଇଛି। ବାକି ୯ଟି ରାଜ୍ୟରେ ଆଦୌ ସ୍କୁଲ୍‌ ଖୋଲାଯାଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share