ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର, ଜଣେ ଛାତ୍ର ମୃତ

ଚନ୍ଦ୍ରଗିରି,୧୪।୧୨(ଡି.ଏନ୍‌.ଏ.): ଗଜପତି ଜିଲା ଆର୍‌. ଉଦୟଗିରି ଥାନା ରଣାଲଇ ନିକଟସ୍ଥ ରାମଚନ୍ଦ୍ରପୁର ବୁଲାଣୀ ରାସ୍ତାରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ରଣାଲଇ ଗ୍ରାମରୁ ଗୋଟିଏ ଅଟୋ ଛାତ୍ରୀଛାତ୍ରଙ୍କୁ ନେଇ ତଲଡା ଲୋମ ପବ୍ଲିକ ସ୍କୁଲ ଆସୁଥିବାବେଳେ ପଛପଟୁ ଏକ ମକାମିଲିଙ୍ଗ ଟ୍ରାକ୍ଟର ତାକୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ହିଁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ଲୁବୁନ କରାଡ। ତେବେ ଅନ୍ୟ ଛାତ୍ରୀଛାତ୍ରମାନେ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ମେଡିକାଲ ଲୋକାରଣ୍ୟ ହୋଇ ପଡ଼ିଥିବା ବେଳେ ଏକ ଶୋକାକୁଳ ପରିବଶ ସୃଷ୍ଟି ହୋଇଛି। ମେଡିକାଲରେ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି। ତେବେ ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି।

Share