Categories: ଜାତୀୟ

ସ୍କୁଲ, କଲେଜ ଖୋଲିବା ନିଷ୍ପତ୍ତି ୧୪ରେ

ନୂଆଦିଲ୍ଲୀ,୬ା୪(ପି.ଟି.): ଦେଶରେ ସ୍କୁଲ କଲେଜଗୁଡ଼ିକୁ ଖୋଲିବା ନେଇ ଆସନ୍ତା ୧୪ ତାରିଖରେ ନିଷ୍ପତ୍ତି ନିଆଯିବ। କୋଭିଡ୍‌-୧୯ର ମୁକାବିଲା ପାଇଁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ଅବଧି ଶେଷ ହେବା ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ରବିବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖାରିୟାଲ୍‌ ସୂଚନା ଦେଇଛନ୍ତି। ପୋଖରିୟାଲ କହିଛନ୍ତି, ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ୨୧ ଦିନିଆ ଲକ୍‌ଡାଉନ୍‌ ହଟିବା ପରେ ସ୍ଥଗିତ ଥିବା ସମସ୍ତ ପରୀକ୍ଷା ଓ ଖାତାଦେଖା ସୁଚାରୁ ରୂପେ କରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

Share