Categories: ଜାତୀୟ

ସ୍କୁଲ କାନ୍ଥ ଭୁଶୁଡ଼ି ୩ ଛାତ୍ର ମୃତ

ଜୟପୁର,୨୯ା୯(ପି.ଟି.): ରାଜସ୍ଥାନର ଉଦୟପୁର ଜିଲାରେ ପ୍ରବଳ ବର୍ଷା ଯୋଗୁ ଏକ ସରକାରୀ ସ୍କୁଲ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୩ ଛାତ୍ରୀଛାତ୍ରଙ୍କ ଶନିବାର ମୃତ୍ୟୁ ଘଟିଛି। ପାହାଡ଼ ପାଦଦେଶରେ ଥିବା ଥୋବ୍‌ଓ୍ବାରା ସରକାରୀ ମାଧ୍ୟମ ସ୍କୁଲରେ ଏଭଳି ଅଘଟଣ ଘଟିଥିବା ପୋଲିସ କହିଛି। ଶନିବାର ପୂର୍ବାହ୍ନରେ ପ୍ରବଳ ବର୍ଷା ଯୋଗୁ କାନ୍ଥ ଭାଙ୍ଗି ପିଲାଙ୍କ ଉପରେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ୩ ପିଲାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁବରଣ କରିଥିବା ସ୍କୁଲ ଛାତ୍ରୀଛାତ୍ରମାନେ ହେଲେ ମନୀଷା ମୀନା(୧୦), ଅବିନାଶ(୮) ଓ ଆୟୁଷ(୫)। ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ କରାଯିବା ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।

Share