Categories: ଖେଳ

ସ୍କୁଲ ଚେସ: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୧।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ ଆସୋସିଏଶନ(ଓଏସସିଏ) ଓ ଟିଏଏସ ଇନ୍ସପିରେଶନର ମିଳିତ ଆନୁକୂଲ୍ୟରେ ଆୟୋଜିତ ସ୍କୁଲ ଓପନ ଚେସ ଚାମ୍ପିୟନଶିପରେ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ ହୋଇଛନ୍ତି। ୭ ରାଉଣ୍ଡ ବିଶିଷ୍ଟ ମ୍ୟାଚରେ ହର୍ଷିତ ପୁରା ୭ ପଏଣ୍ଟ ହାସଲ କରିତ ଏହି ସଫଳତା ପାଇଛନ୍ତି। କିର୍ତ୍ତୀ ଅନୁରାଗ ପ୍ରତିହାରୀ ଓ ଦୀପ୍ତିମୟୀ ସାହୁ ୬ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାର୍ଥ ଭୂୟାଁ ୫.୫ ଏବଂ ଅଞ୍ଜଳି ମିଶ୍ର, ଅଭିଜ୍ଞାନ ମହାନ୍ତି, ସେକ୍‌ ଇଜାଜ୍‌ ଅହମଦ, ନିଖିଲ ସାହୁ, ଆୟୁଷ ଆର୍ଯ୍ୟନ ମହାପାତ୍ର ଏବଂ ଓମ୍‌ ପ୍ରକାଶ ଗଡ଼ନାୟକ ୫ ପଏଣ୍ଟ ଲେଖାଏ ହାସଲ କରି ଟପ୍‌-୧୦ ଫିନିଶ୍‌ କରିଛନ୍ତି। ବିଏମ୍‌ସି ଡେପୁଟି ମେୟର କେ. ଶାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଟିଏଏସ ଇନ୍ସପିରେଶନର ପରିଚାଳନା ନିର୍ଦ୍ଦେଶକ ତରଙ୍ଗ କୁମାର ମହାନ୍ତି, ଗେମ୍ସ ଡାଇକ୍ଟେର ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Share