ସ୍କୁଲ ପାଇଖାନା ଛାୟାସ୍ଲାବ୍‌ ଭାଙ୍ଗିଲା: ଜଣେ ଛାତ୍ର ମୃତ, ଜଣେ ଗୁରୁତର

ବଲାଙ୍ଗୀର ଅଫିସ,୯।୧୧: ସ୍ଥାନୀୟ ଟିକ୍ରାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରେ ଥିବା ଏକ ପାଇଖାନାର ଛାୟାସ୍ଲାବ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ସ୍ଥାନୀୟ ମାଲପଡ଼ା ଅଞ୍ଚଳର ଅତିଶ ଖରସେଲ(୧୩)। ସେହିଭଳି ଗୁରୁତର ହେଲେ ମାଲପଡ଼ା ଅଞ୍ଚଳର ଶୁଭ୍ରାଂଶୁ ଶାଣ୍ଢ (୧୫)।

ଶୁଭ୍ରାଂଶୁଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟେ ଅନ୍ୟ ସ୍କୁଲର ଛାତ୍ର ହୋଇଥିବା ଜଣାପଡ଼ିଛି। ସେମାନେ କିଭଳି ଉକ୍ତ ସ୍କୁଲରେ ପହଞ୍ଚିଲେ ଜଣାପଡ଼ିନାହିଁ। ଏହି ଘଟଣା ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

Share