ସ୍କୁଲ ପିଲାଙ୍କୁ କରୋନା ସତର୍କତା: ଚିଠି ଲେଖିଲେ ଓଏସ୍‌ଇପିଏ

ଭୁବନେଶ୍ୱର, ୫।୩(ବ୍ୟୁରୋ): ସାରା ବିଶ୍ୱରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ମୋଟ ୨୯ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଯାବତ୍‌ ଓଡ଼ିଶାରେ କେହି ଏଥିରେ ଆକ୍ରାନ୍ତ ହୋଇ ନାହାନ୍ତି। ବୁଧବାର ଏହାକୁ ନେଇ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଥିବା ବେଳେ ଗୁରୁବାର ସ୍କୁଲ ପିଲାଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓଏସ୍‌ଇପିଏ) ଡିଇଓ, ଡିପିଓ ଓ ବିଇଓଙ୍କୁ ଚିଠି ଲେଖିଛି।
ଚିଠିରେ ଉଲ୍ଲେଖ ରହିଛି, ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ହ୍ୟାଣ୍ଡ ଓ୍ବାସ୍‌ରେ ହାତ ସଫା କରିବାକୁ ପରାମର୍ଶ ଦିଆଯାଇଛି। ଛାତ୍ରୀଛାତ୍ରମାନେ ହଠାତ୍‌ କାଶିଲେ ବା ଝିଙ୍କିଲେ ମୁହଁରେ ରୁମାଲ ଲଗାଇବେ। ଆବଶ୍ୟକ ସ୍ଥଳେ ଟିସୁ ପେପର ବ୍ୟବହାର କରିବା ସହ ସାଧାରଣଲୋକଙ୍କ ଗହଳି ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ସଚେତନତା ସୃଷ୍ଟି ପାଇଁ ଓଏସ୍‌ଇପିଏ ନିର୍ଦ୍ଦେଶ ଦେଇଛନ୍ତି।

Share