ସ୍କୁଲ ବନ୍ଦ କରିଦେଲେ, ପାଠ ଛାଡ଼ିଲେ ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୧୮ା୯ -ବଣ ପାହାଡଘେରା କନ୍ଧମାଳ ଜିଲାର ଅନେକ ସ୍ଥାନକୁ ଏବେ ବି ଯାତାୟାତ ସୁବିଧା ନାହିଁ। ରାସ୍ତା ଘାଟ ଅଭାବରୁ ସର୍ବଦା ଶିକ୍ଷା, ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଛି। ଏଭଳି ସ୍ଥିତିରେ ଶିକ୍ଷାର ଆଲୋକ ଦେଖି ନ ଥିବା ଲୋକେ ଗ୍ରାମରେ ଏକ ସ୍କୁଲ ଖୋଲିଥିବାରୁ ଖୁସି ହୋଇଥିଲେ ା କିଛି ବର୍ଷ ଉକ୍ତ ସ୍କୁଲ ଚାଲିବା ପରେ ତାହାକୁ ଏବେ ବନ୍ଦ କରି ଦିଆଗଲା ା ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। କ.ନୂଆଗାଁ ବ୍ଲକ କୁଡ଼ୁତୁଲି ପଞ୍ଚାୟତର କିରାକେତା ସ୍କୁଲରେ ପିଲା କମ୍‌ ଥିବା ଦର୍ଶାଇ ଶିକ୍ଷା ବିଭାଗ ଏହାକୁ ବନ୍ଦ କରିଦେଇଛି। ଆବଶ୍ୟକଠାରୁ ମାତ୍ର ଗୋଟିଏ ପିଲା କମ୍‌ ହେବାରୁ ବିଭାଗ ଏପରି ନିଷ୍ପତ୍ତି ନେଇଛି। ଫଳରେ କେତେଜଣ ପିଲା ଅଧାରୁ ପାଠ ଛାଡିବାକୁ ବାଧ୍ୟ ହୋଇଛନ୍ତି। କାରଣ ସେମାନଙ୍କ ପକ୍ଷେ ଅନ୍ୟ ସ୍କୁଲ ୩/୪ କିମି ଦୂର ପାହାଡ ଜଙ୍ଗଲ ଦେଇ ଯିବା ସମ୍ଭବ ହେଲାନାହିଁ ା ବିଦ୍ୟାଳୟ କର୍ତ୍ତୃପକ୍ଷ ଚାହିଁଥିଲେ ଆଖ ପାଖରୁ ଗୋଟିଏ ପିଲା ସ୍କୁଲକୁ ଆଣି ବହୁ ଦିନର ଅନୁଷ୍ଠାନକୁ ବଞ୍ଚାଇ ପାରିଥାନ୍ତା ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି ା
କ.ନୂଆଗାଁ ଓ ଫିରିଙ୍ଗିଆ ବ୍ଲକ ସୀମାନ୍ତରେ ଥିବା କିରାକେତା ଗ୍ରାମରେ ୩୦ ପରିବାର ବସବାସ କରୁଛନ୍ତି। ରାସ୍ତା, ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟସେବା ଆଦି ଏଠାକୁ ଅପହଞ୍ଚ। ଶିକ୍ଷାର ଆଲୋକ ପାଇଁ ଗ୍ରାମରେ ୨୦୧୩ରେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଥିଲା। ସେଠାରେ ଗ୍ରାମର ପିଲା ପଢ଼ିଲେ ା ଗ୍ରାମରେ ହସଖୁସିର ବାତାବରଣ ଚାଲି ଆସିଲା ା ହେଲେ ଚଳିତବର୍ଷ ୯ ଛାତ୍ରୀଛାତ୍ର ପଢ଼ୁଥିବା ଦର୍ଶାଇ ଶିକ୍ଷା ବିଭାଗ ଏହାକୁ ବନ୍ଦ କରି ଦେଇଛି ା ଦିନ ଥିଲା କ.ନୂଆଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏହି ସ୍କୁଲରେ ଗଣଶିକ୍ଷକ ଭାବେ ପିଲାଙ୍କୁ ପାଠ ପଢାଉଥିଲେ। ହେଲେ ସ୍କୁଲରେ ଗୋଟିଏ ପିଲା କମି ଯିବାରୁ ରାଜ୍ୟ ସରକାରଙ୍କର ନୂତନ ଆଇନ ଦ୍ୱାରା ଏହାକୁ ବନ୍ଦ କରି ଦିଆଯାଇଛି। ଫଳରେ କେତେଜଣ ବସ୍ତାନୀରେ ଡୋରି ବନ୍ଧା ଯାଇଥିବା ବେଳେ କେତେଜଣ ପାହାଡ଼ିଆ ରାସ୍ତାରେ ୩/୪ କିମି ଚାଲି ଚାଲି ଯାଇ ନନ୍ଦମାହା ସ୍କୁଲରେ ପାଠ ପଢ଼ୁଛନ୍ତି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ା ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ପାଇଁ ଆଉ ଏକ ସମସ୍ୟା ଛିଡ଼ା ହୋଇଛି। ଗ୍ରାମ ଅଙ୍ଗନୱାଡ଼ିରୁ ୧୨ଜଣ ପିଲା ସ୍କୁଲରେ ନାମ ଲେଖାଇବା ଅପେକ୍ଷାରେ ଅଛନ୍ତି। ଏମାନଙ୍କୁ ନନ୍ଦମାହା ସ୍କୁଲକୁ ନେବାକୁ ହେଲେ ରାସ୍ତାରେ ଦୁଇଟି ପାହାଡ଼ ଏବଂ ଗୋଟିଏ ନଦୀ ପାର ହେବାକୁ ପଡିବ ା ଗ୍ରାମରେ ଥିବା ସ୍କୁଲକୁ ବନ୍ଦ କରି ଦିଆଯିବାରୁ ପିଲାମାନେ ଏବେ ପଢ଼ିବାକୁ ହଇରାଣ ହେଉଛନ୍ତି। ପିଲା ପାଖ ସ୍କୁଲକୁ ଯିବା ସମ୍ଭବ ନୁହେଁ। କାରଣ ଜଙ୍ଗଲ ପାହଡ଼ ରାସ୍ତାରେ ଭାଲୁ ତଥା ଅନ୍ୟ ଜନ୍ତୁ ଭୟ ରହିଛି ା ଗାଁକୁ ଲାଇନ ଆସିନାହିଁ। ଜଣେ ଠିକାଦାର ଆସି ଗାଁରେ ବିଦ୍ୟୁତ ଖୁଣ୍ଟ ପକାଇବା ପାଇଁ ୧୨ ହଜାର ଟଙ୍କା ଆଦାୟ କରି ପଳାଇଛନ୍ତି। ଏପରିକି ଗ୍ରାମକୁ ନିତିଦିନିଆ ରାସ୍ତା ହୋଇ ପାରିଲା ନାହିଁ ବୋଲି ଅଭିଭାବକଙ୍କ ସମେତ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ନିୟମ ଅନୁସାରେ ସ୍କୁଲ ବନ୍ଦ କରାଯାଉଥିବା ଜିଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri