ସ୍କୁଲ ବାରନ୍‌ଡାରେ ଚାଲିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଲାଠୋର, ୨୫ା୬ (ଡି.ଏନ୍‌.ଏ):
ସରକାର ଗଁ। ଗଁଲିରୁ ସହରତକ୍‌ ସବୁ ଜାଗାରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। ଗୁଟେ କେନ୍ଦ୍ରରେ ମୁଖିଆ ଘର ସମେତ ରଁଧାଘର, ଶୌଚାଲୟ, ପିଇଲା ପାଏନ୍‌ ସୁବିଧାର ଲାଗି ନଲ୍‌ଚୁଅଁା, ସୁବିଧା ଥିଲେ ବିଦ୍ୟୁତ୍‌ ସଂଯୋଗର ବେବସ୍‌ତା କରାଯାଉଛେ। ହେଲେ ଅନେକ ଜାଗାରେ କେନ୍ଦ୍ରମାନ ଅନେକ ସୁବିଧାରୁ ବଁଚିତ୍‌ ଥିବାର ଦେଖ୍‌ବାକେ ମିଲୁଛେ। ଯେନ୍‌ଥିରଲାଗି ହିତାଧିକାରୀମାନେ ନାନା ସମସିଆର ସାମନା କରୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ବେନ୍ଦେର ପଁଚେତ୍‌ ଅଧୀନ ଭରୁଆମୁଣ୍ଡା ଗଁାରେ। ସୂଚନା ଅନ୍‌ସାରେ ଇ କେନ୍ଦ୍ର ୬ ମାସରୁ ୩ ବଛର୍‌ର ଛୁଆ, ୩ରୁ ୬ ବଛର ତକ୍‌ ପ୍ରିସ୍କୁଲ ଛୁଆ, ଗରଭବତୀ ଆର ପ୍ରସୂତି ମହିଲାକୁ ମିଶେଇ ମୋଟ ୭୪ ଝନ୍‌ ହିତାଧିକାରୀକୁଁ ସେବା ଯୁଗେଇ ଦେଉଛେ। ଲକ୍ଷାଧିକ୍‌ ଟଁକା ଖରଚ୍‌ରେ ଇଠାନେ ଗୁଟେ କେନ୍ଦ୍ର ତିଆର ହେଇଛେ ସତ୍‌, ହେଲେ ଶୌଚାଲୟର ଅଭାବ ରହିଛେ। ଗଲା ୨୦୧୪-୧୫ରୁ କେନ୍ଦ୍ରର ଘର ତିଆରି କାମ୍‌ ସରିଥିଲେ ବି କରମୀକଁର ଜିମା ନାଇଁ ଦିଆଯାଇ। ଯେନ୍‌ଥିରଲାଗି କେନ୍ଦ୍ରଟା ବନେ ଦିନାକେତେ ଇତାର ତାର ବାରନ୍‌ଡାରେ ଚାଲ୍‌ଲା ଉତାରୁ ବଛର ବଛର ହେଲା ଗଁାର ସ୍କୁଲ ବାରନ୍‌ଡାରେ ଛୁଆକୁ ନେଇ ଅଙ୍ଗନଓ୍ବାଡି କାମ୍‌ ଚାଲିଛେ। ଟୀକାକରନନୁ ଆରମ୍‌ କରି ଗରଭ୍‌ବତୀ, ପ୍ରସୂତି ମହିଲାକଁର ପରୀକ୍ଷା ନିରୀକ୍ଷା ବି ସ୍କୁଲ ବାରନ୍‌ଡାରେ ଚାଲିଛେ। ଫିମାସ ପ୍ରଗତୀ ରିପୋର୍ଟରେ କେନ୍ଦ୍ରର କରମୀ ସମସିଆ ବାବ୍‌ଦେ ବିଭାଗୀୟ କତୁରପକ୍ଷକୁଁ ଲେଖି ଦେବାର ସଂଗେ ପଁଚେତ୍‌ ଆର ବ୍ଲକ ପରଶାସନକେ କହି ଆସୁଛନ୍‌। ହେଲେ ଆଏଜ୍‌ତକ ସମସିଆର ସମାଧାନ ନାଇଁ ହେଇପାରି। ଇ ବାବେ୍‌ଦେ କେନ୍ଦ୍ରର କରମୀକୁଁ ପଚରାଲାରୁ ମୁଇଁ ପଁଚେତ୍‌ନୁ ମୂଲ କରି ବ୍ଲକ ପରଶାସନ ତକ୍‌ ସମକୁ କେନ୍ଦ୍ରର ସମସିଆ ବାବ୍‌ଦେ କହିଆସୁଛେଁ। ହେଲେ କେହି ମୋର କଥାକେ ଗୁରୁତ୍‌ ନାଇଁଦେବାର। ଶେଡେ ଉପେ ଶୂଇନ୍‌ ହେଇ ବଛର ବଛର ହେଲା ଗଁ। ସ୍କୁଲ ବାରନ୍‌ଡାରେ ସରକାରୀ କାଯ୍‌ ତୁଲଉଛେଁ ବଲି ସେ କହିଥିଲେ। ଯେତେ ଜଲଦି ହେବା ଜିଲା ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଜନସାଧାରନ୍‌ ଦାବି କରିଛନ୍‌।