ସ୍କୁଲ ବ୍ୟାଗ୍‌ ଯାଞ୍ଚ ପାଇଁ ଗଠନ ହେଲା ସ୍କ୍ବାଡ୍‌

ଭୁବନେଶ୍ୱର, ୧୧-୯(ବ୍ୟୁରୋ): ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ ପାଇଁ ଖୋର୍ଦ୍ଧା ଜିଲାପାଳଙ୍କ ତତ୍ତ୍ୱାବଧାନରେ ୩ ଜିଲାସ୍ତରୀୟ ସ୍କ୍ବାଡ ଗଠନ କରାଯାଇଛି। ଏହି ସ୍କ୍ବାଡ୍‌ ସ୍କୁଲଗୁଡ଼ିକୁ ପରିଦର୍ଶନ କରି ପିଲାଙ୍କ ସ୍କୁଲ ବ୍ୟାଗ୍‌ ଯାଞ୍ଚ କରିବେ। ଯଦି କିଛି ନିୟମ ଉଲଙ୍ଘନ ହୋଇଥିବା ଦେଖାଯାଏ ତେବେ ସେମାନେ ଜିଲା ଶିକ୍ଷାଧିକାରୀଙ୍କୁ ଓ ବିଦ୍ୟାଳୟ ଅଧୀନସ୍ଥ ନିର୍ଦ୍ଦେଶାଳୟ ଓ ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବେ। ଏହାପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ମଙ୍ଗଳବାର ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ ବ୍ଲକ ଶିକ୍ଷାଧିକାରୀ, ବିଦ୍ୟାଳୟ ପ୍ରଧାନଶିକ୍ଷକ, ପବ୍ଲିକ ସ୍କୁଲ ଅଧ୍ୟକ୍ଷ ଏବଂ ଅଭିଭାବକ ମହାସଂଘ ଅଧ୍ୟକ୍ଷଙ୍କୁ ଚିଠି ଦିଆଯାଇଛି।