ସ୍କୁଲ ଯିବାକୁ ଛାତ୍ରୀଛାତ୍ରଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ: ୭୫% ଉପସ୍ଥାନ ଥିଲେ ବର୍ଷକୁ ମିଳିବ ୬ ହଜାର

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ବନ୍ଦ କରାଯିବ। ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି। ତେବେ ବନ୍ଦ ହୋଇଥିବା ସ୍କୁଲର ପିଲା ନିକଟ ସ୍କୁଲରେ ପାଠ ପଢ଼ିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ସ୍କୁଲ ୧ କିମିରୁ ଅଧିକ ଦୂର ହେଲେ ଯାତାୟାତ ଖର୍ଚ୍ଚ ସରକାର ଦେବେ। ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ଥିଲେ ମାସକୁ ୬ଶହ, ବାର୍ଷିକ ୬ ହଜାର ଟଙ୍କା ମିଳିବ। ସେହିପରି ୫୦ରୁ ୭୫ ପ୍ରତିଶତ ଉପସ୍ଥାନ ପାଇଁ ମାସକୁ ୪ ଶହ, ବାର୍ଷିକ ୪ ହଜାର ଟଙ୍କା ମିଳିବ। ୩୦ରୁ ୫୦ ପ୍ରତିଶତ ଉପସ୍ଥାନ ପାଇଁ ମାସିକ ୩ଶହ, ବାର୍ଷିକ ୩ ହଜାର ଟଙ୍କା ମିଳିବ। ୩୦ ପ୍ରତିଶତରୁ କମ୍‌ ଉପସ୍ଥାନ ଥିଲେ ଯାତାୟାତ ଖର୍ଚ୍ଚ ମିଳିବ ନାହିଁ। ଏହି ଯାତାୟାତ ଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଶନିବାର କହିଛନ୍ତି।

Share