ସ୍କ୍ରାପ୍‌ରେ ୭୦ ଫୁଟର ଗିଟାର ନିର୍ମାଣ କଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୧୮ା୭- ଆବର୍ଜନା ତଥା ସ୍କ୍ରାପ୍‌ ସାମଗ୍ରୀରୁ ବହୁ କ୍ଷୁଦ୍ର ଓ ବୃହତ୍‌ ମଡେଲ ପ୍ରସ୍ତୁତ କରି ସାରା ଭାରତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବ୍ରହ୍ମପୁର ଆଇଟିଆଇ ା
୩୨ ଫୁଟ ଉଚ୍ଚତା ମଧ୍ୟରେ ବିଭିନ୍ନ ସ୍କ୍ରାପ୍‌ ତଥା ଆବର୍ଜନାରେ ପେଡିଏଟର, ମାଛ, ହରିଣ, ଜିରାଫ ପ୍ରଭୃତି ବୃହତ୍‌କାୟ ମଡେଲ ନିର୍ମାଣ କରି ଏହି ଅନୁଷ୍ଠାନ ରାଜ୍ୟ ଓ ଜାତୀୟସ୍ତରରେ ପୁରସ୍କୃତ ସହ ପ୍ରଶଂସିତ ହୋଇଛି ା
ଏବେ ଅନୁଷ୍ଠାନର ଫିଟର, ଇଲେକ୍ଟ୍ରିସିଆନ, ପ୍ଲମ୍ବର, ପେଣ୍ଟର, ୱେଲଡର ଟ୍ରେଡର ଛାତ୍ରୀଛାତ୍ରମାନେ ପ୍ରସ୍ତୁତ କରିଥିବା ୭୦ ଫୁଟ ଉଚ୍ଚତାର ବୃହତ୍ତକାୟ ଗିଟାରକୁ ନେଇ ପୁଣି ଏହା ଚର୍ଚ୍ଚା ପରିସରକୁ ଆସିଛି ା ୭୦ ଫୁଟ ଉଚ୍ଚତା ଓ ୨୫ ଫୁଟ ଓସାର ନିର୍ମିତ ଏହି ଗିଟାରକୁ ଗୁରୁବାର ଅନୁଷ୍ଠାନ କ୍ୟାମ୍ପସ ପରିସରରେ ସ୍ଥାପନ କରାଯାଇଛି ା ଏହାର ଓଜନ ପ୍ରାୟ ୮ ଟନରୁ ଊର୍ଦ୍ଧ୍ୱ ରହିଛି ା ଏହାକୁ ପ୍ରସ୍ତୁତି ପାଇଁ ପ୍ରାୟ ୪ ମାସରୁ ଅଧିକ ସମୟ ଲାଗିଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ା ତେବେ ପ୍ରଥମ ଥର ପାଇଁ ଏହି ମଡେଲଟି ଗୋଲଡେନ ବୁକ ଅଫ ୱାଲ୍ଡ ରେକର୍ଡ ଅଥବା ଲିମ୍‌କା ବୁକ ଅଫ୍‌ ରେକର୍ସରେ ସ୍ଥାନୀତ ହେବା ନେଇ ଆଶା ରହିଥିବା ଅନୁଷ୍ଠାନ ଅଧ୍ୟକ୍ଷ ରଜତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ା

Share