Advertisement

ସ୍ତନ କର୍କଟରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ମାଛ ଶରୀର ପାଇଁ ଉପକାରୀ। ସପ୍ତାହରେ ଥରେ ମାଛ ଖାଇଲେ ସ୍ତନ କର୍କଟରୁ ମୁକ୍ତି ମିଳିଥାଏ ବୋଲି ମିସିଗାନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗବେଷକଙ୍କ ମତରେ ଯେଉଁମାନେ ସପ୍ତାହକୁ ଦୁଇ ତିନି ଥର ମାଛ ଖାଉଛନ୍ତି ସେମାନଙ୍କଠାରେ ଏହି ରୋଗର ହେବାର ଆଶଙ୍କା କମ୍‌। ମାଛରେ ଥିବା ଫ୍ୟାଟି ଏସିଡ୍‌ କୋଲଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ଉଚ୍ଚ ରକ୍ତଚାପ ଏବଂ ହାର୍ଟ ଆଟାକ୍‌ ଭଳି ସମସ୍ୟା ଦୂର ହୋଇଥାଏ । ଅଧିକ ତେଲ ଥିବା ମାଛ ମଧ୍ୟରେ ସାଲ୍‌ମନ୍‌, ଟୁନା ଏବଂ ସାର୍ଡିନିସ୍‌ ମାଛ ସପ୍ତାହରେ ଥରେ କିମ୍ବା ଦୁଇଥର ଗୋଟିଏ କି ଦୁଇଟି ପିସ୍‌ ଖାଇଲେ ଭଲ। ସେହିପରି ରୋହି, ଭାକୁର, ମିରିକାଳି ଆଦି ମାଛ ଖାଇଲେ ଶରୀରରେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ। ଏହାଛଡ଼ା ଚୁନା ମାଛ ଖାଇଲେ ଭିଟାମିନ୍‌ ଏ’ର ଆବଶ୍ୟକତା ପୂରଣ ହୋଇଥାଏ ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share