ସ୍ତନ କର୍କଟ ଆଶଙ୍କା ବଢ଼ାଉଛି ବାୟୁ ପ୍ରଦୂଷଣ

ଜନଗହଳି ପୂର୍ଣ୍ଣ ରାସ୍ତା କଡ଼ରେ କାମ କରୁଥିବା ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକଙ୍କ ମତରେ, ଟ୍ରାଫିକ୍‌ ଯୋଗୁ ହେଉଥିବା ବାୟୁ ପ୍ରଦୂଷଣରେ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ଆଶଙ୍କା ଉପତ୍ନ୍ନ ହୋଇଥାଏ। ସ୍କଟ୍‌ଲ୍ୟାଣ୍ଡ୍‌ସ୍ଥିତ ଷ୍ଟର୍ଲିଗ ୟୁନିଭର୍ସିଟିର ଗବେଷକ ଟିମ୍‌ କ୍ୟାନସର୍‌ ପୀଡ଼ିତାଙ୍କ ଉପରେ ଗବେଷଣା କରି ଏହି ଜାଣିବାକୁ ପାଇଛନ୍ତି।