ଉଦଳା,୧୫ା୨(ଡ଼ି.ଏନ୍.ଏ.)- ତରକାରୀ ଦେବାରେ ବିଳମ୍ବ ହେବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଡିକାଶୁଳ ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ସ୍ବାମୀ ଗଦାଧର ଭକ୍ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ଗଦାଧର ରାତିରେ ହାଟରୁ ଫେରି ସ୍ତ୍ରୀ ଦୁଃଖୀ ଭକ୍ତାଙ୍କୁ ଖାଇବାକୁ ମାଗିଥିଲେ। ତେବେ ତରକାରୀ ଦେବାରେ ବିଳମ୍ବ ହେବାରୁ ଉତ୍କ୍ଷିପ୍ତ ହୋଇ ଗଦାଧର ଏକ କାଠ ଫାଳିଆରେ ଆକ୍ରମଣ କରିବାରୁ ଦୁଃଖୀ ଗୁରୁତର ହୋଇ ପଡ଼ିଥିଲେ। ପରେ ଗଦାଧର ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଉଦଳା ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

୭ ବର୍ଷ ପରେ ମା’ କୋଳକୁ ଫେରିଲେ ଝିଅ
ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବଜରଙ୍ଗୀ ଭାଇଜାନ ଚଳଚ୍ଚିତ୍ରର କାହାଣୀ ସଦୃଶ ହଜିଲା ୬ ବର୍ଷର ବେବି ପାତ୍ର ଘଟଣା ଝାଡ଼ଖଣ୍ଡ ରାଜ୍ୟ ଜାମ୍ଶେଦପୁର ଅଞ୍ଚଳରେ ଚହଳ...

ନଗ୍ନ ଭିଡିଓ ଭାଇରାଲ ଧମକ ଦେଇ ପିଉସା କରୁଥିଲେ ବଳାତ୍କାର, ଏବେ ଝିଆରୀ ୩ ମାସର ଗର୍ଭବତୀ
ବାରିପଦା,୨୭ା୩(ନୀଳାଦ୍ରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜନୈକା ଦଶମ ଶ୍ରେଣୀ ଛାତ୍ରୀଙ୍କ ନଗ୍ନ ଭିଡିଓ ଭାଇରାଲ ଧମକରେ ସମ୍ପର୍କୀୟ ପିଉସା ବାରମ୍ବାର...

ଛାତ୍ରୀ ମୃତ୍ୟୁ ଘଟଣା: ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ
ଉଦଳା,୨୭।୩(ସନ୍ତୋଷ କୁମାର ବାଛିନି): ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ଚିନ୍ତାରେ ଅଭିଭାବକ। ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ଅନ୍ତେବାସିନୀ। ଅନଷୋ ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ...

ଶିମିଳିପାଳରେ ନୂତନ ଅଦା ଜାତୀୟ ଉଦ୍ଭିଦ
ବାରିପଦା,୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳରୁ ଏକ ନୂତନ ଅଦା...

ନୂତନ ଅଦା ଜାତୀୟ ଉଦ୍ଭିଦ ଆବିଷ୍କାର କଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ
ବାରିପଦା,୨୬ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳରୁ ଏକ ନୂତନ...

କାଳବୈଶାଖୀ କ୍ଷତିଗ୍ରସ୍ତଙ୍କ ପାଇଁ ୧୯.୬୫ କୋଟି ମଞ୍ଜୁର
ଭୁବନେଶ୍ୱର/ବାରିପଦା,୨୪ା୩ (ରବିନାରାୟଣ ଜେନା,ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଗତ ଶୁକ୍ରବାର କାଳବୈଶାଖୀଜନିତ ଝଡ଼ତୋଫାନ ଓ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଅଞ୍ଚଳର...

କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ଦୁଇ ମନ୍ତ୍ରୀ, ରୋଷ ଝାଡ଼ିଲେ ଲୋକେ, ଫିଙ୍ଗିଲେ ଢେଲାପଥର
ବାରିପଦା,୨୩ା୩: କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ଲୋକେ ପ୍ରବଳ ବିରୋଧ କରିଛନ୍ତି। କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି ବୋଲି କହି ରୋଷ...

କାଳବୈଶାଖୀ କ୍ଷୟକ୍ଷତି ସମୀକ୍ଷା: ମନ୍ତ୍ରୀ କହିଲେ ଆଜି ମିିଳିବ ଟଙ୍କା, ଜାଣନ୍ତୁ କାହାକୁ କେମିତି ମିଳିବ…
ବାରିପଦା,୨୩ା୩: ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରାଜସ୍ବ ମନ୍ତ୍ରୀସୁରେଶ ପୂଜାର ବାଙ୍ଗିରିପୋଷିରେ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି।...