Advertisement

ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା

ଉଦଳା,୧୫ା୨(ଡ଼ି.ଏନ୍‌.ଏ.)- ତରକାରୀ ଦେବାରେ ବିଳମ୍ବ ହେବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଡିକାଶୁଳ ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ସ୍ବାମୀ ଗଦାଧର ଭକ୍ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ଗଦାଧର ରାତିରେ ହାଟରୁ ଫେରି ସ୍ତ୍ରୀ ଦୁଃଖୀ ଭକ୍ତାଙ୍କୁ ଖାଇବାକୁ ମାଗିଥିଲେ। ତେବେ ତରକାରୀ ଦେବାରେ ବିଳମ୍ବ ହେବାରୁ ଉତ୍‌କ୍ଷିପ୍ତ ହୋଇ ଗଦାଧର ଏକ କାଠ ଫାଳିଆରେ ଆକ୍ରମଣ କରିବାରୁ ଦୁଃଖୀ ଗୁରୁତର ହୋଇ ପଡ଼ିଥିଲେ। ପରେ ଗଦାଧର ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଉଦଳା ପୋଲିସ୍‌ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel