Categories: ଜାତୀୟ

ସ୍ତ୍ରୀଙ୍କୁ ପସନ୍ଦ ନ ଥିଲେ କଳାରଙ୍ଗ ସ୍ବାମୀ: ନିଆଁରେ ଜଳାଇ ହତ୍ୟା କଲେ

ବରେଲୀ,୧୭।୪: ଉତ୍ତରପ୍ରଦେଶ ବରେଲୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ସ୍ତ୍ରୀଙ୍କୁ କଳା ରଙ୍ଗ ସ୍ବାମୀ ପସନ୍ଦ ନ ଆସିବାରୁ ତାଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଜଳାଇ ହତ୍ୟା କରିଛନ୍ତି। ସ୍ଥାନୀୟ ଫତେଗଡ଼ ଥାନା ଅଞ୍ଚଳରେ ୨୨ ବର୍ଷ ବୟସ୍କା ବିବାହିତା ଏଭଳି କାଣ୍ଡ ଭିଆଇଛନ୍ତି। ମହିଳାଙ୍କ ନାମ ପ୍ରେମଶ୍ରୀ ବୋଲି ପୋଲିସ ସୂଚନା ଦେଇଛି। ସ୍ବାମୀ ସତ୍ୟବୀର ସିଂ ଶୋଇଥିବାବେଳେ ପ୍ରେମଶ୍ରୀ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଥାନା ଅଧିକାରୀ ସହଦେବ ସିଂ ସୂଚନା ଦେଇଛନ୍ତି। ହସ୍ପିଟାଲରେ ଚିକିତ୍ସା ସମୟରେ ସତ୍ୟବୀରଙ୍କ ମୃତ୍ୟୁ ଘଟିଥିଲା। ପ୍ରେମଶ୍ରୀଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି।

Share