ସ୍ତ୍ରୀଙ୍କୁ ପୋଡି ମାରିବା ପରେ ସ୍ବାମୀ ବିଷ ପିଇବା ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ ଆରମ୍ଭ

ବାହାନଗା, ୧୨ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ନୂଆପୁର ଗ୍ରାମର ନିଳାମ୍ବର ମଳିକ(୪୮) ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ବିଲରେ ପୋଡି ମାରିଦେବା ପରେ ନିଜେ ବିଷ ପିଇ ଦେଇଥିଲେ। ରବିବାର ଏହି ଘଟଣାର ତଦନ୍ତ ଜିଲା ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ଆରମ୍ଭ ହୋଇଛି। ଟିମ୍‌ ଘଟଣାସ୍ଥଳରୁ ରକ୍ତଛିଟା ନମୁନା ସମେତ ଅନ୍ୟାନ୍ୟ ସାମଗ୍ରୀ ଓ ମହିଳାଙ୍କ ପୋଡା ଦେହର ଅଂଶ ଆଦି ସଂଗ୍ରହ କରିଛି। ତେବେ ସଂଗ୍ରହ କରିଥିବା ସାମଗ୍ରୀଗୁଡିକୁ ଭୁବନେଶ୍ୱରସ୍ଥିତ ରାଜ୍ୟ ଲାବୋରୋଟୋରିକୁ ପଠାଯିବ। ଏହି ଘଟଣାରେ ପୋଲିସ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ନିଳାମ୍ବରଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି। ଏଥିନିମନ୍ତେ ପୋଲିସ ଖନ୍ତପଡା ଥାନାରେ ଏକ ହତ୍ୟା ମାମଲା (ନଂ.୨୪୫/୧୯) ରୁଜୁ କରିଛି।