Categories: ଖେଳ

ସ୍ତ୍ରୀଙ୍କୁ ସରପ୍ରାଇଜ୍‌ ଦେଲେ ସଚିନ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ଯଦିଓ ଅବସର ନେଇସାରିଛନ୍ତି କିନ୍ତୁ ତାଙ୍କ ଲୋକପ୍ରିୟତା ଏବେ ବି ଅତୁଟ ରହିଛି। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍‌ ସକ୍ରିୟ। ନିକଟରେ ସେ ୨୫ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଖାସ୍‌ ଦିନରେ ସେ ସ୍ତ୍ରୀ ଅଞ୍ଜଳୀଙ୍କୁ ଏକ ସରପ୍ରାଇଜ୍‌ ଦେଇଛନ୍ତି। ସେ ରୋଷେଇ ଘରେ ଅଞ୍ଜଳୀଙ୍କୁ ପାଇଁ ଆମ୍ବ କୁଲ୍‌ଫି ପ୍ରସ୍ତୁତ କରିଛନ୍ତି। ଏହାର ଏକ ଭିଡିଓ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ୧୯୯୫ରେ ଅଞ୍ଜଳୀଙ୍କୁ ବିବାହ କରିଥିଲେ ସଚିନ। ସେତେବେ ସେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ବିବାହ ପରେ ସେ ଚାକିରି ଛାଡି ଦେଇଥିଲେ। ଉଭୟଙ୍କ ଅର୍ଜୁନ ଏବଂ ସାରା ନାମକ ଦୁଇଟି ସନ୍ତାନ ଅଛନ୍ତି। ଅର୍ଜନୁ ପିତାଙ୍କ ପଦାକୁ ଅନୁସରଣ କରି କ୍ରିକେଟ ଖେଳୁଛନ୍ତି।

Share