ପାଟଣା, ୧୩ା୪(ସ୍ବ.ପ୍ର.)-ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଓ ପରେ ହତ୍ୟା ଅଭିଯୋଗରେ କେନ୍ଦୁଝର ଜିଲା ତୁରୁମୁଙ୍ଗା ପୋଲିସ ଲୋକନାଥ ମହାନ୍ତ ନାମକ ଯୁବକଙ୍କୁ ରବିବାର ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ଘର ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ବଲାଣିପାସି ଗ୍ରାମରେ।
ଏହି ଦମ୍ପତିଙ୍କର ୮ବର୍ଷ ତଳେ ବିବାହ ହୋଇଥିଲା। ଏମାନଙ୍କର ଏକ ୫ବର୍ଷର ଝିଅ ମଧ୍ୟ ଅଛି। ତୁରୁମୁଙ୍ଗା ଥାନା ଝହ୍ନେଇପଶି ଗ୍ରାମ ନାଳ ନିକଟରେ ଥିବା ଆକାଶିଆ ଜଙ୍ଗଲରୁ ଶନିବାର ସକାଳେ ଲୋକନାଥ ମହାନ୍ତଙ୍କ ସ୍ତ୍ରୀ ଉଷାରାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଉଷାରାଣୀଙ୍କ ଭାଇ ସୁଶାନ୍ତ ଥାନାରେ ଅଭିଯୋଗ କରିବା ପରେ ଥାନାରେ ମାମଲା (ନଂ. ୩୭/୨) ରୁଜୁ କରାଯାଇ ଲୋକନାଥଙ୍କୁ ଗିରଫ କରାଯାଇଛି।