ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଗିରଫ

ଭୋଗରାଇ,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦା ଥାନା ଅଧୀନ କମର୍ଦା ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ସନ୍ଦେହ କରି ଜଣେ ସ୍ବାମୀ ସ୍ତ୍ରୀଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ସ୍ବାମୀ ହେଲେ କମଳାକାନ୍ତ ରଣା(୫୨)। ମୃତକ ହେଲେ ଗୌରି ରଣା(୨୫)। କମଳାକାନ୍ତ ପଶ୍ଚିମବଙ୍ଗ ରାମନଗର ଥାନା ହୀରାପୁର ଗ୍ରାମରେ କଂସା ପିତ୍ତଳ ଦୋକାନ କରି ଜୀବନ ନିର୍ବାହ କରୁଥିଲେ। ସେ ପୂର୍ବରୁ ଅନେକ ବିବାହ କରିଥିବା ବେଳେ ନିକଟରେ ଗୌରୀଙ୍କୁ ବିବାହ କରିଥିଲେ। ଏଣୁ ଗୌରିଙ୍କ ପରିବାର ବିଷୟରେ ଜଣାପଡ଼ିନାହିଁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କମଳାକାନ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି।