କେନ୍ଦ୍ରାପଡ଼ା ଅଫିସ,୮ା୬: ପରିଣତ ବୟସରେ ପାରିବାରିକ ମନୋମାଳିନ୍ୟ ଭୟଙ୍କର ରୂପ ନେଇଛି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମର ଝିଙ୍ଗର ମଲ୍ଲିକ (୭୪) ସ୍ତ୍ରୀ ଘୁଙ୍ଗୁର(୭୦)ଙ୍କୁ ସୋମବାର ହାଣିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଘୁଙ୍ଗୁରଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଙ୍ଗରଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।
ପ୍ରାଥମିକ ସୂଚନା ଅନୁଯାୟୀ, ସକାଳୁ କୌଣସି କାରଣରୁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଝିଙ୍ଗର ଏକ ଧାରୁଆ ଅସ୍ତ୍ରରେ ଘୁଙ୍ଗୁରଙ୍କ ମୁଣ୍ଡକୁ ହାଣିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଝିଙ୍ଗର ବିଷ ପିଇ ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।