ରାୟଗଡ଼ା ଅଫିସ,୧୬।୧: ଟିକିରିରେ ଜଣେ ଶିକ୍ଷକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବୁଧବାର ରାତିରେ ଶିକ୍ଷକ ପ୍ରଶାନ୍ତ ପଣ୍ଡା(୩୦)ଘରେ ଶୋଇଥିଲେ। ମାତ୍ର ଗୁରୁବାର ସକାଳୁ ସ୍ତ୍ରୀଙ୍କ ଓଢ଼ଣୀରେ ଘର ଛାତରେ ଥିବା ଏକ ରଡ୍ରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ମୃତ ଶିକ୍ଷକଙ୍କ ଘର ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ। ସେ ୧୦ ବର୍ଷ ହେବ ଟିକିରିରେ ଘର ଭଡ଼ା ନେଇ ରହୁଥିଲେ। ୭ ବର୍ଷ ହେବ ମାଙ୍କଡ଼ଝୋଲା ହାଇସ୍କୁଲରେ କାର୍ଯ୍ୟରତ ଥିଲେ। ଖବର ପାଇ ଟିକିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି।