Categories: ଖେଳ

ସ୍ତ୍ରୀଙ୍କ ପାଇଁ ଦିନେ ବ୍ୟବସାୟୀଙ୍କୁ ପିଟିଥିଲେ, ଏବେ ମ୍ୟାଚ୍‌ ଫିକ୍ସିଂ ଜାଲରେ ଫଶିଲେ

ଢାକା,୩୦।୧୦: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାଂଲାଦେଶର ଅଧିନାୟକ ତଥା ବିଶ୍ୱର ୧ ନମ୍ବର ଅଲରାଉଣ୍ଡର ଶକିବ ଅଲ ହାସନଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ତେବେ  ଶକିବଙ୍କ କ୍ରିକେଟ କ୍ୟାରିୟର ଯେତିକି ରୋଚକ ତାଙ୍କ ପ୍ରେମ କାହାଣୀ ମଧ୍ୟ ତାଠୁ ଅଧିକ ଚର୍ଚ୍ଚିତ। ସେ ବାଲାଂଦେଶୀ ମଡେଲ ଉମିଦ ଅହମ୍ମଦ ଶିଶିରଙ୍କୁ ୨୦୧୨ ଡିସେମ୍ବର ୧୨ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ଅନେକ ଦିନ ଧରି ପ୍ରେମ ସମ୍ପର୍କ ଥିଲା। ଶିଶିରଙ୍କୁ ମାତ୍ର ୮ ବର୍ଷ ହୋଇଥିବାବେଳେ ତାଙ୍କ ପରିବାର ଆମେରିକା ଶିଫ୍ଟ ହୋଇଯାଇଥିଲେ। ପରେ ସେ ଇଂଲଣ୍ଡରେ ସଫ୍ଟଓ୍ବେର ଇିଞ୍ଜିନିୟରିଂ ପାଠ ପଢିଥିଲେ। ସେଠାରେ ହିଁ କାଉଣ୍ଟି ଖେଳୁଥିବା ଶକିବଙ୍କ ସହ ତାଙ୍କ ପ୍ରଥମ ସାକ୍ଷାତ ହୋଇଥିଲା। ୨୦୧୪ରେ ଭାରତ ଏବଂ ବାଂଲାଦେଶ ମ୍ୟାଚ୍‌ ମୀରପୁର ଷ୍ଟାଡିୟମରେ ଖେଳାଯାଉଥିବାବେଳେ ଜଣେ ବ୍ୟବସାୟୀ ଶିଶିରଙ୍କୁ ଖରାପ ବ୍ୟବହାର କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶକିବ୍‌ ରହମାନ ନାମକ ଉକ୍ତ ବ୍ୟବସାୟୀଙ୍କୁ ଖୁବ୍‌ ପିଟିଥିଲେ।

Share