Categories: ଫୁରସତ

ସ୍ତ୍ରୀଙ୍କ ପାଇଁ ବିମାନ ଭଳି ଘର ନିର୍ମାଣ କଲେ ସ୍ବାମୀ, ଜାଣନ୍ତୁ କାହିଁକ

ପ୍ରେମକୁ ଜୀବନ୍ତ କରିବା ପାଇଁ କିଏ ମନ୍ଦିର ତୋଳିଛନ୍ତି ତ, ଆଉ କିଏ ବଗିଚା ନିର୍ମାଣ କରିଛନ୍ତି। ନାଇଜେରିଆରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ପାଇଁ ବିମାନ ଭଳି ଏକ ଘର ନିର୍ମାଣ କରିଛନ୍ତି। ଜମାଲ ନାମକ ଏହି ବ୍ୟକ୍ତି ଜଣଙ୍କ ନାଇଜେରିଆର ରାଜଧାନୀ ଅବୁଜାରେ ରୁହନ୍ତି। ଜମାଲ ୨୦ ବର୍ଷ ଧରି କଠିନ ପରିଶ୍ରମ କରି ବିମାନ ଭଳି ଘର ନିର୍ମାଣ କରିଥିଲେ। ଏହି ଘର ଭିତରେ ଗେଷ୍ଟ ହାଉସ୍‌, ମସଜିଦ୍‌, ସ୍ବିମିଙ୍ଗପୁଲ୍‌ ଏବଂ ସବୁଜ ବଗିଚା ପ୍ରମୁଖ ରହିଛି। ସ୍ତ୍ରୀଙ୍କ ବୁଲିବାକୁ ବହୁତ ପସନ୍ଦ। ଏମିତି ଘର ନିର୍ମାଣ କରିବା କଥା ଭାବିଥିଲି, ଯାହାଦ୍ୱାରା ସ୍ତ୍ରୀଙ୍କୁ ଆଉ ବାହାରେ ବୁଲିବାକୁ ଯିବାକୁ ମନ ହେବନି। ଘରେ ହିଁ ତାହା ମିଳିଯିବ ବୋଲି ଭାବି ଏଭଳି ଘର ନିର୍ମାଣ କରିଥିବା ଜମାଲ କହିଛନ୍ତି। । ୧୯୯୯ରେ ଏହି ଘର ନିର୍ମାଣ କାର୍ଯ୍ୟ ସେ ଆରମ୍ଭ କରିଥିଲେ। ଏଥିରେ ତାଙ୍କ ପିଲାମାନେ ମଧ୍ୟ ସହାୟତା ଦେଇଥିଲେ। ବିମାନ ଭଳି ଦେଖାଯାଉଥିବା ଘର ଏବେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ହୋଇଛି।

Share