ସ୍ତ୍ରୀଙ୍କ ଶାଢ଼ିରେ ଝୁଲି ଆତ୍ମହତ୍ୟା କଲେ ସ୍ବାମୀ: ଦ୍ୱିତୀୟ ବିବାହକୁ କେନ୍ଦ୍ରକରି ଲାଗି ରହିଥିଲା ଅଶାନ୍ତି

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ସ୍ବାମୀଙ୍କ ଦ୍ୱିତୀୟ ବିବାହକୁ କେନ୍ଦ୍ର କରି ପରିବାରରେ ଲାଗି ରହିଥିବା ଅଶାନ୍ତି ଶେଷରେ ଉଗ୍ର ରୂପ ନେଇଛି। ସ୍ତ୍ରୀଙ୍କ ପିନ୍ଧା ଶାଢ଼ୀରେ ଝୁଲି ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ଶହୀଦନଗର ଥାନା ତ୍ରିନାଥ ବସ୍ତି ଅଞ୍ଚଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଅନୁଗୋଳ ଜିଲା ସୌଭାଗ୍ୟନଗର ଅଞ୍ଚଳର କାଳିଆ ବାହାଦୂର ସାଏ(୨୬)। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଘର କବାଟ ଭାଙ୍ଗି ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା (ନଂ.୮୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂଚନା ମୁତାବକ, କାଳିଆ ତ୍ରିନାଥ ବସ୍ତି ଅଞ୍ଚଳରେ ରହି ମଞ୍ଚେଶ୍ୱରସ୍ଥିତ ଏକ ଜାଲ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେଠାରେ କାର୍ଯ୍ୟରତ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ତାଙ୍କୁ ୪ ବର୍ଷ ତଳେ ବିବାହ କରିଥିଲେ। ମାତ୍ର ତାଙ୍କର କୌଣସି ସନ୍ତାନ ନ ହେବାରୁ କାଳିଆ ଆଉଜଣେ ଯୁବତୀଙ୍କୁ ବିବାହ କରିଥିଲେ। ତାଙ୍କୁ ଉକ୍ତ ବସ୍ତିର ଅନ୍ୟ ଏକ ଘରେ ରଖିଥିଲେ। ଇତି ମଧ୍ୟରେ ଦ୍ୱିତୀୟ ସ୍ତ୍ରୀ ୪ ମାସର ଗର୍ଭବତୀ ଅଛନ୍ତି। ତେବେ ଦ୍ୱିତୀୟ ବିବାହ ଓ ଆର୍ଥିକ ସମସ୍ୟାକୁ ନେଇ ପରିବାରର ବହୁ ସମୟରେ ଝଗଡ଼ା ଲାଗୁଥିଲା। ମଙ୍ଗଳବାର ସନ୍ଧ୍ୟାରେ ପ୍ରଥମ ସ୍ତ୍ରୀ ଓ କାଳିଆଙ୍କ ମଧ୍ୟରେ ପରିବାର ଭରଣ ପୋଷଣକୁ ନେଇ ଝଗଡା ହୋଇଥିଲ। କାଳିଆ ତାଙ୍କୁ ଘର ଛାଡି ଚାଲିଯିବାକୁ କହିବା ପରେ ସେ ଚାଲିଯାଇଥିଲେ। ବୁଧବାର ସକାଳେ ଦ୍ୱିତୀୟ ସ୍ତ୍ରୀ କାଳିଆଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ତାଙ୍କ ଘର ନିକଟରେ ପହଞ୍ଚତ୍ କବାଟ ଭିତରପଟୁ ବନ୍ଦ ଥିବା ଦେଖି ବାଡେଇଥିଲେ। କବାଟ ନ ଖୋଲିବାରୁ ସେ ପଡୋଶୀଙ୍କୁ ଡାକିବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ କବାଟ ଭାଙ୍ଗିବା ପରେ କାଳିଆ ଏକ ଶାଢ଼ିକୁ ବେକରେ ବାନ୍ଧି ଆଜ୍‌ବେଷ୍ଟସ୍‌ ଘରର ଓରାରେ ଝୁଲିପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସ ତୁରନ୍ତ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ଡାକ୍ତର କାଳିଆଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କାଳିଆଙ୍କ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Share