ସ୍ତ୍ରୀଙ୍କ ସହ ବଚସା: ପୋଲ ଉପରୁ କାଠଯୋଡ଼ିକୁ ଡେଇଁଲେ ସ୍ବାମୀ, ଉଦ୍ଧାର କାର୍ଯ୍ୟ ଜାରି

କଟକ ଅଫିସ,୯।୧୦: ସ୍ତ୍ରୀଙ୍କ ସହ ବଚସା ପରେ ନଦୀକୁ ଡେଇଁଲେ ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲା କାଠଯୋଡ଼ି ନଦୀ ପୋଲ ଉପରେ।
ସୂଚନାଯୋଗ୍ୟ, କୌଣସି କଥାକୁ ନେଇ ସ୍ତ୍ରୀଙ୍କ ସହ ବଚସା ହେବା ପରେ ଜଣେ ବ୍ୟକ୍ତି ବାଇକ୍‌ରୁ ଓହ୍ଲାଇ ନଦୀକୁ ଡେଇଁପଡିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଖବର ଲେଖାଯିବା ସୁଦ୍ଧା ବ୍ୟକ୍ତିଙ୍କ ପରିଚୟ ମିଳି ନ ଥିବା ବେଳେ ପୋଲିସ ସ୍ତ୍ରୀ ଏବଂ ପିଲାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।