Categories: ଖେଳ

ସ୍ତ୍ରୀଙ୍କ ସାମ୍ନାରେ ହରଭଜନ କହୁ କହୁ କହିଦେଲେ ଏହି କଥା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଲେଗ୍‌ ସ୍ପିନର ହରଭଜନ ସିଂ ସ୍ତ୍ରୀ ଗୀତା ବାସ୍ରାଙ୍କ ସହ କପିଲ ଶର୍ମା କମେଡି ଶୋ’ରେ ପହଞ୍ଚିଥିଲେ। ଏହି ଶୋ’ ସେ କେମିତି ଇଂରାଜୀ ଶିଖିଥିଲେ ତା ପଛର କାହାଣୀ ବଖାଣିଛନ୍ତି। ସବୁଠୁ ରୋଚକ କଥା ହେଉଛି ସ୍ତ୍ରୀଙ୍କ ସାମ୍ନାରେ ଗର୍ଲଫ୍ରେଣ୍ଡ୍‌ଙ୍କଠାରୁ ଇଂରାଜୀ ଶିଖିଥିବା କହିଥିଲେ ଭଜି। ଯାହା ଶୁଣି ଉପସ୍ଥିତ ଦର୍ଶକ ହସି ହସି ଗଡିଯାଇଥିଲେ। ଅଣ୍ଡର-୧୯ ଭାରତୀୟ ଦଳ ପାଇଁ ଖେଳୁଥିବାବେଳେ ମୋ ଇଂରାଜୀ ବହୁତ ଖରାପ ଥିଲା। ସେତେବେଳେ ମୋର ଜଣେ ଶ୍ରୀଲଙ୍କା ଯୁବତୀଙ୍କ ସହ ଆଫେୟାର୍‌ ଆରମ୍ଭ ହୋଇଯାଇଥିଲା। ତାଙ୍କୁ ଗୁଡ୍‌ ମଣ୍ଣିଂ, ହାଓ ଆର୍‌ ୟୁ, ଫାଇନ୍‌ ଭଳି ଇଂରାଜୀ ଶବ୍ଦ କହି କହି ମୋ ଇଂରାଜୀ ସୁଧୁରିଯାଇଥିଲା ବୋଲି ହରଭଜନ କହିଛନ୍ତି। ଯାହା ଶୁଣି ସ୍ତ୍ରୀ ଗୀତା ହସିଥିଲେ।

Share