Categories: ଖେଳ

ସ୍ତ୍ରୀଙ୍କ ସ୍ବପ୍ନ ସାକାର କରିପାରିବେ କି ରବୀନ୍ଦ୍ର ଜାଡେଜା

ଲଣ୍ଡନ,୧୦।୭: ଆଇସିସି ବିଶ୍ୱକପରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ଭଲ ରହିଛି। ପ୍ରଥମ ୮ଟି ମ୍ୟାଚ୍‌ରେ ତାଙ୍କୁ ଖେଳିବାର ସୁଯୋଗ ମିଳି ନ ଥିଲାବେଳେ ଶେଷ ଦୁଇଟି ମ୍ୟାଚ୍‌ ଖେଳି ଫର୍ମରେ ଥିବାର ପ୍ରମାଣ ଦେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚରେ ସେ ୧୦ ଓଭର ବୋଲିଂ କରି ଗୋଟିଏ ଉଇକେଟ ନେଇଛନ୍ତି। ଜାଡେଜାଙ୍କ ସ୍ତ୍ରୀ ରିଭା ସୋଲାଙ୍କି ତାଙ୍କ ପ୍ରଦର୍ଶନରେ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି , ଯଦି ଭାରତ ଏଥର ବିଶ୍ୱ ଚାମ୍ପିଅନ୍‌ ହେବ ତେବେ ମୁଁ ସବୁଠୁ ଅଧିକ ଖୁସି ହେବି। ମୋର ସ୍ବପ୍ନ ଅଛି, ବିଶ୍ୱକପ ଟ୍ରଫି ଧରି ରବୀନ୍ଦ୍ର ଆମ ଗାଁ ଜାମନଗର ଆସନ୍ତୁ। କେବଳ ମୁଁ ନୁହେଁ, ଏଠାକାର ଗ୍ରାମବାସୀଙ୍କ ମଧ୍ୟ ଏହି ଇଚ୍ଛା ରହିଛି ବୋଲି ସେ କହିଛନ୍ତି।

Share