Categories: ଜାତୀୟ

ସ୍ତ୍ରୀ,ପୁଅ ସହ ଥାନାକୁ ଗଲେ ଆଜମ ଖାନ

ରାମପୁର,୨।୧୦: ଉତ୍ତରପ୍ରଦେଶ ରାମପୁରରେ ଥିବା ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନ ବୁଧବାର ନିଜର ବୟାନ ରେକର୍ଡ ପାଇଁ ଥାନାରେ ପହଞ୍ଚିଛନ୍ତି। ଥାନାକୁ ଆଜମଙ୍କ ସହ ସ୍ତ୍ରୀ ତଞ୍ଜୀନ ଫାତିମା ଓ ବିଧାୟକ ତଥା ପୁଅ ଅବଦ୍ଦୁଲାହ ଆଜମ ମଧ୍ୟ ପହଞ୍ଚିଥିଲେ। ଜୋହର ବିଶ୍ୱବିଦ୍ୟାଳୟ ସହ ଜଡିତ ଥିବା ବହୁ ମାମଲାରେ ରାମପୁର ମହିଳା ଥାନାରେ ଏସଆଇଟି ପକ୍ଷରୁ ଆଜମଙ୍କୁ ପଚରାଉଚରା କରାଯାଉଛି। ସୂଚନାଯୋଗ୍ୟ, ଆଲିଆଗଞ୍ଜର କୃଷକଙ୍କ ଜମି ହଡପ କରିବା ଅଭିଯୋଗରେ ୨୭ଟି ମାମଲାରେ ତାଙ୍କର ବୟାନ ରେକର୍ଡ ପାଇଁ ପୋଲିସ ପୂର୍ବରୁ ନୋଟିସ ଦେଇଥିଲା।

Share