ସ୍ତ୍ରୀହନ୍ତାଙ୍କୁ ଆଜୀବନ ଜେଲ

ଢେଙ୍କାନାଳ ଅଫିସ, ୨୧।୨ – ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳରେ ୨୦୧୮ରେ ଘଟିଥିବା ରଶ୍ମିତା ନାୟକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ମଳୟ ରଞ୍ଜନ ଦାସ ଅଭିଯୁକ୍ତ ସ୍ବାମୀ ମହେନ୍ଦ୍ର ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାକୁ ସରକାରୀ ପବ୍ଲିକ ପ୍ରସିକ୍ୟୁଟର ଗଣେଶ କୁମାର ବେହେରା ପରିଚାଳନା କରିଥିଲେ।
ମାମଲାର ବିବରଣୀ ଅନୁଯାୟୀ, ଅର୍ଜୁନ ନାୟକଙ୍କ ଭଉଣୀ ରଶ୍ମିତା (୨୦)ଙ୍କୁ ୨୦୧୭ରେ କୁଟୁଣିଆ ଗ୍ରାମର ମହେନ୍ଦ୍ର ନାୟକ (୩୦) ବାବନ୍ଧ ଶିବ ମନ୍ଦିରରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛିଦିନ ପରେ ମହେନ୍ଦ୍ର ଯୌତୁକ ଦାବି କରି ରଶ୍ମିତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏ ନେଇ ରଶ୍ମିତା ପରିବାର ଲୋକଙ୍କ ସମେତ ସମ୍ପର୍କୀୟଙ୍କୁ ଅବଗତ କରାଇଥିଲେ। ୨୦୧୮ ଜୁନ୍‌ ୬ରେ ରଶ୍ମିତାଙ୍କୁ ତଣ୍ଟି ଚିପି ମହେନ୍ଦ୍ର ହତ୍ୟା କରିଥିବା ନେଇ ଅର୍ଜୁନ ସୂଚନା ପାଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ସେହି ସମୟରେ ଥାନାରେ ନଂ. ୫୧/୨୦୧୮, ଦଫା ୪୯୮ (ଏ), ୩୦୪ (ବି), ୩୦୨ ଓ ୪ ଡିପି

Share