Categories: ଜାତୀୟ

ସ୍ତ୍ରୀ ଓ ୨ ପିଲାଙ୍କୁ ମାରି ଯନ୍ତ୍ରୀଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ,୩ା୩: ହାଇଦ୍ରାବାଦର ହସ୍ତିନାପୁରମ୍‌ ଅନ୍ତର୍ଗତ ଏଲ୍‌ବି ନଗରରେ ଜଣେ ଯନ୍ତ୍ରୀ ଆର୍ଥିକ ସଙ୍କଟ ଯୋଗୁ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଗତ ଦୁଇଦିନ ହେଲା ଘର ବନ୍ଦରହିବା ପରେ ପଡ଼ୋଶୀଙ୍କଠାରୁ ଅଭିଯୋଗ ପାଇ ସୋମବାର ଘର ଭାଙ୍ଗି ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରିଛି। ମୃତକମାନେ ହେଲେ ପ୍ରଦୀପ(୪୦), ସ୍ତ୍ରୀ ସ୍ବାତି(୩୫), ପୁଅ କଲ୍ୟାଣକ୍ରିଷ୍ଣା(୬) ଓ ଜୟକ୍ରିଷ୍ଣା(୨)। ଖାଦ୍ୟରେ ବିଷ ଦେଇ ପ୍ରଦୀପ ୩ଜଣଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ମୃତଦେହକୁ ବ୍ୟବଚ୍ଛେଦ ଲାଗି ଓସ୍‌ମାନିଆ ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ଆର୍ଥତ୍କ ସଙ୍କଟ ଦେଇ ପରିବାର ଗତି କରୁଥିବା କଥା ପ୍ରଦୀପ ନିଜ ବାପାଙ୍କୁ ପୂର୍ବରୁ କହିଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Share