ସ୍ତ୍ରୀ ମୀରାଙ୍କ ପ୍ରଶଂସାରେ ଶତମୁଖ ଶାହିଦ

ପ୍ରଥମେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା ପରେ ହଠାତ୍‌ ମୀରା ରାଜପୁତଙ୍କୁ ବିବାହ କରି ସମସ୍ତଙ୍କୁ ଚକିତ କରିଥିଲେ ଅଭିନେତା ଶାହିଦ କପୁର। ଫିଲ୍ମ ଜଗତ ସହ ମୀରା ଜଡ଼ିତ ନ ଥିବାରୁ ଜଣେ ଅଭିନେତାଙ୍କ ସ୍ତ୍ରୀ ଭାବେ ମିଳାମିଶା କରିବାରେ ଅସୁବିଧା ହେବ ବୋଲି ସମସ୍ତେ କହୁଥିଲେ। ହେଲେ ଏସବୁକୁ ମିଛ ସାବ୍ୟସ୍ତ କରିଛନ୍ତି ମୀରା। ବିବାହ ପରେ ଉଭୟ କ୍ୟାମେରା ସମ୍ମୁଖକୁ ଆସିବା ସମୟରେ ସେ ବେଶ ସ୍ବାଭାବିକ ବ୍ୟବହାର କରିଥିଲେ। ଏହାପରେ ବମ୍ବେରେ ହୋଇଥିବା ଉତ୍ସବରେ ମୀରା ସମସ୍ତଙ୍କ ସହ ଭଲରେ ମିଶିବା ସହ ନିଜର ସ୍ଥାନ ନିଜେ ନିରୂପଣ କରିଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଶାହିଦ। ମୀରା ଯେପରି ଅଛନ୍ତି ସମସ୍ତଙ୍କୁ ପସନ୍ଦ ଆସି ସାରିଛନ୍ତି। ଏଣୁ ତାଙ୍କୁ ବଦଳିବା ଆବଶ୍ୟକ ନାହିଁ ବୋଲି ଶାହିଦ କହିଛନ୍ତି।

ନିକଟରେ ନିର୍ଦ୍ଦେଶକ କରନ ଜୋହରଙ୍କ ପାର୍ଟିରେ ମୀରାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ଅନ୍ତର୍ଜାତୀୟ ପପ୍‌ ଷ୍ଟାର କୈଟି ପେରୀଙ୍କ ସହ ସେ କଥା ହେଉଥିବା ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କୈଟିଙ୍କୁ ମୀରା କିଛି କହୁଥିବା ଏବଂ ସେ ଚକିତ ହୋଇଯାଇଥିଲେ। ସେହି ସମୟରେ ନିକଟରେ ଛିଡ଼ା ହୋଇଥିବା ଶାହିଦ ଏବଂ କରନ ହସୁଥିଲେ।

Share