Categories: ଖେଳ

ସ୍ତ୍ରୀ ସାକ୍ଷୀଙ୍କ ନାଁରେ ଏହି ଅଭିଯୋଗ ଆଣିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ପରିବାର ସହ ମଧ୍ୟ ପ୍ରଦେଶର କାହ୍ନା ପାର୍କ ବୁଲିବାକୁ ଯାଇଛନ୍ତି। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ସେ ଧୋନୀଙ୍କ ଭିଡିଓ ମଧ୍ୟ ଶେୟାର କରିଥାନ୍ତି। ନିକଟରେ ସୋସିଆଲ ମିଡିଆରେ ଧୋନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ସାକ୍ଷୀଙ୍କ ନାଁରେ ଏକ ଅଭିଯୋଗ କରିଛନ୍ତି ଧୋନୀ। ଇନ୍‌ଷ୍ଟାଗ୍ରାମରେ ଫଲୋଅର୍ସ ବଢାଇବା ପାଇଁ ସାକ୍ଷୀ ଏଭଳି ଭିଡିଓ ଶେୟାର କରୁଛନ୍ତି। ଏହାର ଜବାବରେ ସାକ୍ଷୀ କହିଛନ୍ତି, ମୁଁ ଏସବୁ ଏଥିପାଇଁ ଶେୟାର କରୁଛି ତୁମ ପ୍ରଶସଂକମାନେ ମୋତେ ବି ଭଲ ପାଇବା ଦିଅନ୍ତୁ। କାରଣ ମୁଁ ବି ତୁମ ଜୀବନର ଏକ ଅଂଶ। ସୋସିଆଲ ମିଡିରେ ପ୍ରଶଂସକମାନେ ସବୁବେଳେ ପ୍ରଶ୍ନ କରୁଛନ୍ତି ଧୋନୀ ଏବେ କୋଉଠି’ ବୋଲି ସାକ୍ଷୀ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ସାକ୍ଷୀ ସୋସିଆଲ ମିଡିଆରେ ଧୋନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସ୍ତ୍ରୀ ସାକ୍ଷୀ ମାହିଙ୍କୁ ସ୍ବିଟି କହି ଡାକୁଛନ୍ତି, ସେ ଏହା ଶୁଣି ଲାଜେଇ ଯାଉଛନ୍ତି। ଏହି ଭିଡିଓଟି ସାକ୍ଷୀ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଧୋନୀ ଦିଲ୍ଲୀର ତାଜ ପ୍ୟାଲେସରୁ ସୁଟକେସ ଧରି ବାହାରୁଥିବାବେଳେ ସାକ୍ଷୀ ତାଙ୍କୁ ସ୍ବିଟି-କ୍ୱିଟି କହି ଡାକୁଥିବାର ଦେଖାଯାଇଛି। ଧୋନୀ ଏହା ଶୁଣି ହସିହସି ପଳାଉଛନ୍ତି। ଧୋନୀଙ୍କ ଏହି ଅନ୍ଦାଜକୁ ପସନ୍ଦ କରିଛନ୍ତି ୟୁଜର୍ସ। ସୂଚନାଯୋଗ୍ୟ, ୨୦୧୯ ବିଶ୍ୱକପ ପରେ ଧୋନୀ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ କେବେ କ୍ରିକେଟକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି।

Share