ସ୍ତ୍ରୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା,୨୧।୪(ସ୍ବପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା କୁହୁରିଗୁମା ଗାଁରେ ୨୦୧୯ରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଏହି ଗାଁର ଅଗସ୍ତି ମାଝି ତାଙ୍କ ସ୍ତ୍ରୀ ବେଲଙ୍କ ଚରିତ୍ରକୁ ସନ୍ଦେହ କରି ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହି ମାମଲାର ଶୁଣାଣି ଶୁକ୍ରବାର ହୋଇଛି। ଧର୍ମଗଡ଼ ଅତିରିକ୍ତ ଜିଲା ଦୋରା ଜର୍ଜ ବନ୍ଦନା କର ସମସ୍ତ ସାକ୍ଷୀ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଅଗସ୍ତିଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି ଜେଲ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ନିଜ ରାୟରେ ଉଲ୍ଲେଖ କରିଛନ୍ତି।