ସ୍ତ୍ରୀ ହେବ ତ ଏମିତି

ସୋନମ୍‌ କପୁରଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। କେଉଁଠି କେମିତି କଥା କହିଲେ ତାହା ପର୍ସନାଲିଟିକୁ ଆହୁରି ଲୋକପ୍ରିୟ କରାଇବ ତାହାର କାଇଦା ତାଙ୍କୁ ଭଲ ଭାବେ ଜଣା। ଦେଖୁନାହାନ୍ତି, ଏବେ ସେ ଯୁଆଡ଼େ ଗଲେ କେମିତି ସ୍ବାମୀ ଆନନ୍ଦ ଆହୁଜାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ତାଙ୍କ ପ୍ରେରଣାରେ ସେ କୁଆଡ଼େ ବଲିଉଡ୍‌ରେ ଏତେ ବାଟ ଆସିପାରିଛନ୍ତି। ‘ଆନନ୍ଦ ମୋ ପାଇଁ କାଇଣ୍ଡେଷ୍ଟ ଆଣ୍ଡ ନୋବେଲେଷ୍ଟ। ତାଙ୍କର ବ୍ୟକ୍ତିତ୍ୱକୁ ପ୍ରଶଂସା କରିବାକୁ ମୋ ପାଖରେ ଭାଷା ନାହିଁ। ମୋ ବଲିଉଡ୍‌ କ୍ୟାରିୟରର ପ୍ରତିଟି ଷ୍ଟେପ୍‌ରେ ସେ ଛାଇପରି ମୋ ପଛରେ ଠିଆ ହୋଇଛନ୍ତି। ସବୁଠାରୁ ଖାସ୍‌ କଥା ହେଲା, ସେ ମୋ ପାଇଁ ଏକ ଭଲ ସବ୍‌ଜେକ୍ଟ ଖୋଜି ପାଇଛନ୍ତି। ଏହାକୁ ନେଇ ଖୁବ୍‌ଶୀଘ୍ର ଏକ ଫିଲ୍ମ କରିବାର ଯୋଜନା ରହିଛି ବୋଲି କହନ୍ତି ସୋନମ୍‌।’

Share