ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲ କରି ପୁଣି କ୍ଷମା ମାଗିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୧୭।୭: ବଲିଉଉ ଅଭିନେତ୍ରୀ ତଥା ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲକ କରି ପୁଣି କ୍ଷମା ମାଗିଛନ୍ତି ଅଭିନେତା ଧର୍ମେନ୍ଦ୍ର। ନିକଟରେ ସଂସଦ ପରିସରରେ ଆୟୋଜିତ ଏକ ସଫେଇ ଅଭିଯାନରେ ଭାଗ ନେଇ ଭାଜପା ଏମପି ହେମାମାଳିନୀ କୌଣସି ଅଳିଆ ନ ଥିବା ସ୍ଥାନ ଏବଂ ତାଙ୍କ ଝାଡୁ ତଳେ ଲାଗୁ ନ ଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫ୍ୟାନମାନେ ହେମା ଫଟୋ ଉଠାଇବା ପାଇଁ ପୋଜ ଦେଉଛନ୍ତି ବୋଲି କହିଥିଲେ। ଏପରିକି ହେମାଙ୍କ ସ୍ବାମୀ ତଥା ଅଭିନେତା ଧର୍ମେନ୍ଦ୍ର ମଧ୍ୟ ତାଙ୍କୁ ଟ୍ରୋଲ କରିଥିଲେ। ଜଣେ ଟୁଇଟର ବ୍ୟବହାରକାରୀ ହେମା କେବେ ଘରେ ଝାଡୁ ଧରିଥିଲେ ବୋଲି ଧର୍ମେନ୍ଦ୍ରଙ୍କୁ ପଚାରିଥିଲେ। ଏହାର ଜବାବରେ ସେ କହିଥିଲେ, ହଁ ସେ ଫିଲ୍ମରେ ଝାଡୁ ଧରିଥିଲେ। କିନ୍ତୁ ସେତେବେଳେ ନୂଆ ଶିଖିଥିବା ପରି ଲାଗୁଥିଲେ। କିନ୍ତୁ ମୁଁ ପିଲାଦିନେ ମୋ ମା’ଙ୍କୁ ଝାଡୁ ମାରିବାରେ ସାହାଯ୍ୟ କରୁଥିଲି। ମୋତେ ସ୍ବଚ୍ଛତା ବହୁତ ପସନ୍ଦ ବୋଲି ସେ କହିଥିଲେ। ଧର୍ମେନ୍ଦ୍ରଙ୍କଠାରୁ ଏଭଳି ସ୍ପଷ୍ଟବାଦୀ ଉତ୍ତର ପାଇ ଟୁଇଟର ବ୍ୟବହାରକାରୀ ଜଣଙ୍କ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏହାର ଦିନକ ପରେ ଧର୍ମେନ୍ଦ୍ର ତାଙ୍କ ଅଭିନୀତ ଫିଲ୍ମରେ ଏକ ହାତ ଯୋଡା ଫଟୋ ପୋଷ୍ଟ କରି ହେମାଙ୍କୁ କ୍ଷମା ମାଗିଛନ୍ତି। ବେଳେବେଳେ ମୋ କଥା ଲୋକମାନେ ଭୁଲ ବୁଝୁଛନ୍ତି, ଆଗକୁ ଏମିତି କରିବି ନାହିଁ ବୋଲି ସେ କହିଛନ୍ତି।

Share