Advertisement
Categories: ଜାତୀୟ

ସ୍ତ୍ରୀ, ୩ ସନ୍ତାନଙ୍କୁ ହତ୍ୟା କରି ଶଳାଙ୍କୁ ଭିଡିଓ ପଠାଇଲେ ଜଣେ ଇଞ୍ଜିନିୟର

ଗାଜିଆବାଦ, ୨୨।୪: ଉତ୍ତର ପ୍ରଦେଶର ଗାଜିଆବାଦ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ସ୍ତ୍ରୀ ଓ ୩ ସନ୍ତାନଙ୍କ ହତ୍ୟା କରି ଶଳାକୁ ଭିଡିଓ ପଠାଇଛନ୍ତି ଜଣେ ଇଞ୍ଜିନିୟର। ଇନ୍ଦିରାପୁରମ୍‌ ଜ୍ଞାନଖଣ୍ଡ-୪ରେ ରହୁଥିବା ସୁମିତ କୁମାର(୩୭) ଶନିବାର ଏବଂ ରବିବାର ରାତିରେ ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରି ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଏହାପରେ ଏହି ଭିଡିଓଟିକୁ ନିଜ ଶଳାଙ୍କୁ ପଠାଇଥିଲେ। ସୂଚନାଯୋଗ୍ୟ, ସୁମିତ ବେଙ୍ଗାଲୁରୁର ଏକ କମ୍ପାନୀରେ ସଫ୍ଟଓ୍ବେୟାର ଇଞ୍ଜିନିୟର ଭାବେ ଚାକିରି କରୁଥିଲେ। ଗତ ଜାନୁଆରୀ ମାସରୁ ଚାକିରି ଛାଡି ଆସି ଘରେ ରହୁଥିଲେ। ଘରେ ସ୍ତ୍ରୀ ଅଶୁଂବାଳା(୩୫), ପୁଅ ପ୍ରଥମେଶ(୬), ଏବଂ ଦୁଇ ଯମଜ ସନ୍ତାନ ଆରବ, ଆକୃତିଙ୍କ ସହ ରହୁଥିଲେ। ଆର୍ଥିକ ଅନାଟନ କାରଣରୁ ବେଧହୁଏ ଏଭଳି କାଣ୍ଡ ସୁମିତ ଘଟାଇଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: GAZIABAD