ନୂଆଦିଲ୍ଲୀ,୧୦।୨: ଅଗାମୀ ଦିନରେ ସ୍ଥଳସେନା ଏବଂ ବାୟୁସେନାର ପରାକ୍ରମ ବୃଦ୍ଧି ପାଇବ। ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍ଡିଓ) ପକ୍ଷରୁ ପ୍ରହାର କ୍ଷେପଣାସ୍ତ୍ର ଶ୍ରେଣୀର ନୂଆ କ୍ଷେପଣାସ୍ତ୍ର ପ୍ରନାଶ ନିର୍ମାଣ କରାଯାଉଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୨୦୦କିମି ରହିବ। ଏହା ପାରମ୍ପରିକ ଯୁଦ୍ଧାସ୍ତ୍ର ବୋହି ନୋବକୁ ସକ୍ଷମ ହେବ ବୋଲି କୁହାଯାଉଛି। ପୂର୍ବର ଡିଆର୍ଡିଓ ଦ୍ୱାରା ୧୫୦ କିମି ଲକ୍ଷ୍ୟ ଭେଦ କ୍ଷମତା ଥିବା ପ୍ରହାର କ୍ଷେପଣାସ୍ତ୍ରର ନିର୍ମାଣ କରାଯାଇଥିଲା। ତେବେ ପ୍ରନାଶର ଲକ୍ଷ୍ୟଭେଦ କ୍ଷମତା ଅଧିକ ରହିବ। ଆସନ୍ତା ବର୍ଷେ କିମ୍ବା ୨ ବର୍ଷ ମଧ୍ୟରେ ପ୍ରନାଶର ନିର୍ମାଣ ଶେଷ ହେବ। ପରେ ଏହାର ପରୀକ୍ଷଣ କରାଯିବ। ପରୀକ୍ଷଣ ସଫଳ ହେଲେ ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ସାମିଲ କରାଯିବାର ଯୋଜନା ରହିଛି।