Advertisement

ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବି: କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଜୟପୁର,୧୯।୮(ନି.ପ୍ର.): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସୋମବାର ଛାତ୍ର ଅଶାନ୍ତି ଦେଖାଦେଇଛି। ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଏବଂ ମ୍ୟାନେଜମେଣ୍ଟ ବିଭଗ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବିରେ ଛାତ୍ରୀଛାତ୍ର ଶ୍ରେଣୀ ଗୃହରେ ତାଲା ପକାଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ନେଇ ବାରମ୍ବାର ଦାବି ହୋଇ ଆସୁଥିଲା। ଏ ନେଇ କୋରାପୁଟ ଏମ୍‌ପି ସତ୍ୟଗିରି ଉଲାକା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଜଣାଇବା ପରେ ୮୨ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର କୌଣସି ସ୍ଥାୟୀ ଅଧ୍ୟାପକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ନ ଥିବା ବେଳେ ଅସ୍ଥାୟୀ ଅଧ୍ୟାପକଙ୍କୁ ଛଟେଇ କରାଯାଇଥିଲା। ତେବେ ସଂସ୍କୃତ ଏବଂ ମ୍ୟାନେଜମେଣ୍ଟ ବିଭାଗରେ ପୂର୍ବରୁ କେବଳ ଅସ୍ଥାୟୀ ଅଧ୍ୟାପକ ରହି ଆସୁଥିଲେ। ଅଧ୍ୟାପକଙ୍କ ସ୍ଥାୟୀ ନିଯୁକ୍ତି ପାଇଁ କେବଳ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପରି ପରିସ୍ଥିତିରେ ଏଇ ଦୁଇ ବିଭଗର ଶିକ୍ଷା ଦାନ ପ୍ରକ୍ରିୟା କିଭଳି ତ୍ୱରାନ୍ବିତ ହେବ ତାହାକୁ ନେଇ

ପ୍ରଶ୍ନ  ଉଠିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share