ସ୍ଥାୟୀ କର୍ମଚାରୀ ମାନ୍ୟତା ଦାବି କଲେ ଆଶାକର୍ମୀ

ଭଣ୍ଡାରିପୋଖରୀ, ୧୫ା୧(ଡି.ଏନ୍‌.ଏ.)- ଭଣ୍ଡାରିପୋଖରୀ ଆଶା କର୍ମୀ ମାନଙ୍କର ଏକ ବୈଠକ ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ମେଡିକାଲ ନିକଟରେ ଅନୁଷ୍ଠିତ ହୋଇଯାଇଛି। ସିଟୁର ନେତା ଦିବ୍ୟସିଂହ ନାୟକ, ମଳୟ ଭୋଇ, ସେକ୍‌ କମର, ବସନ୍ତ ସାହୁ, ନକୁଳ ଖିଲାର, ପଦ୍ମୀନ ପଣ୍ଡା, ସୁଲୋଚନା ରଣା, ପ୍ରତିମା ସାମଲ ପ୍ରମୁଖ ଯୋଗ ଦେଇ ଆଶାକର୍ମୀଙ୍କୁ ସରକାର ଶ୍ରମିକ ମାନ୍ୟତା ନ ଦେବା, ମାସିକ ବେତନ ମିଳୁ ନ ଥିବା ନେଇ ଆଲୋଚନା କରିଥିଲେ। ମନ୍ତ୍ରୀ, ବିଧାୟକ, ଏମ୍‌ପି, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଦେଶର ସେବକ ଭାବେ ଦରମା, ପେନସନ୍‌ ନେଉଥିବା ବେଳେ ଆଶାକର୍ମୀଟିଏ ଗାଁ ଠାରୁ ସହର ସବୁଠି ସ୍ବାସ୍ଥ୍ୟ ସେବା ଯୋଗାଉଛି। ସକାଳୁ ରାତି ଯାଏ କାମ କରୁଥିବା ବେଳେ ତାକୁ ନ୍ୟାୟ ମିଳୁନାହିଁ। ଅନ୍ୟ ଦେଶରେ ଆଶାକର୍ମୀ ଦରମା ପାଉଥିବା ବେଳେ ଓଡ଼ିଶା ସରକାର ତାଙ୍କ ଠାରୁ ତଥ୍ୟ ଆଣି ଆଶାକର୍ମୀଙ୍କୁ ସ୍ଥାୟୀ କର୍ମଚାରୀ ଘୋଷଣା, ମାସିକିଆ ବେତନ ୨୧ ହଜାର ଟଙ୍କା ଓ ପେନ୍‌ସନ୍‌ ଦେବା, ସାମାଜିକ ନ୍ୟାୟ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବି ପାଇଁ ଦାବି କରି ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ। ସରକାର ସେମାନଙ୍କ ଦାବି ପୂରଣ ନ କଲେ ଆଶାକର୍ମୀଙ୍କ ସାରାଦେଶରେ ଥିବା ଫେଡେରସନ ଓ ଓଡ଼ିଶା ରାଜ୍ୟ ଆଶାକର୍ମୀ ଆସୋସିଏଶନ (ସିଟୁ) ଲଢ଼େଇ ଜାରି ରଖିବ ବୋଲି ଆହ୍ବାନ ଦିଆଯାଇଥିଲା। ପଦ୍ମୀନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭାରେ ବାବା ସାହେବ ଡ଼. ଆମ୍ବେଡ଼କରଙ୍କ ପ୍ରତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦୃଢ଼...

ଦାଉ ସାଧୁଛି ଅଦିନିଆ ବର୍ଷା: ଖୋଲା ଆକାଶ ତଳେ ଭିଜୁଛି ଧାନ

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଗତ ୨ଦିନ ହେଲା କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା...

ଚାଲିଛି ବାଘ-ଛେଳି ଖେଳ

ବାରିପଦା,୨୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ...

ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

କଟକ,୨୫ା୧୨ (କାର୍ତ୍ତିକ ସାହୁ): ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବାକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ...

୬ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର

ବୋରିଗୁମ୍ମା, ୨୪।୧୨(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ପୁପୁଗାଁରେ ଏକ ୬ବର୍ଷର ଶିଶୁକନ୍ୟାଙ୍କୁ ବୁଲା କୁକୁରମାନେ କାମୁଡ଼ିକାମୁଡ଼ି ମାରିଦେଇଥିବା ଜଣାପଡ଼ିଛି। ମୃତକ ହେଲେ...

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଲୋଗୋ ଉନ୍ମୋଚନ, ପଞ୍ଚାୟତ ସ୍ତରୀୟ ଉତ୍ସବର ଶୁଭ ଉଦଘାଟନ

କେସିଙ୍ଗା, ୨୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତର ଯୋଗମାୟା ପୀଠ ପରିସରରେ କେସିଙ୍ଗା ଗୋଷ୍ଠୀ ଅଧିକାରୀ ପଦ୍ମନାଭ ପୁରୋହିତଙ୍କ...

ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା...

ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri