ସ୍ଥିତି ସମୀକ୍ଷା କଲେ ବିଧାୟକ

ପଦ୍ମପୁର,୨୪ା୪(ଡି.ଏନ୍‌.ଏ.)- ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବୁଧବାର ଲକ୍‌ ଡାଉନ ପରିସ୍ଥିତିର ସମୀକ୍ଷା କରିଛନ୍ତି। ମହାମାରୀ କରୋନାର ସଂକ୍ରମଣ ରୋକିବା ପାଇଁ ବାସୁଦେବପୁରବାସୀଙ୍କୁ କିଭଳି ସଚେତନ କରାଯିବା ସେ ନେଇ ବିଧାୟକ ଆଲୋଚନା କରିଥିଲେ। ସ୍ଥାନୀୟ ତହସିଲ ଡାକବଙ୍ଗଳାରେ ଅନୁଷ୍ଠିତ ଏହି ସମୀକ୍ଷା କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ବିଡିଓ ପ୍ରଣବ କୁମାର ବେହେରା, ବାସୁଦେବପୁର ଗୋଷ୍ଠୀ ଚିକିତ୍ସାଧିକାରୀ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାଶ, ଥାନାଧିକାରୀ ମଧୁମିତା ମହାନ୍ତି ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କରୋନା ଯୋଦ୍ଧା ସମସ୍ତ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ ଓ ତହସିଲର ସମସ୍ତ କର୍ମଚାରୀଙ୍କୁ ବିଧାୟକ ରାଉତରାୟ ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ।