ସ୍ଥିତି ସୁଧୁରିବାକୁ ଲାଗିବ ବର୍ଷେରୁ ଅଧିକ

ନୂଆଦିଲ୍ଲୀ,୨୩।୫: କୋଭିଡ୍‌-୧୯ ଭୂତାଣୁକୁ ରୋକିବା ଲାଗି ସରକାର ସାରା ଦେଶରେ ଲକ୍‌ଡାଉନ କରିଥିବା ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। ଏଥିଯୋଗୁ କମ୍ପାନୀଗୁଡିକର ରାଜସ୍ବରେ ୨୫%ରୁ ଊର୍ଦ୍ଧ୍ୱ ହ୍ରାସ ହୋଇଥିବା ଜଣାପଡିଛି। ବ୍ୟବସାୟୀଙ୍କୁ ସାମାନ୍ୟ ସ୍ଥିତିକୁ ଫେରିବା ଲାଗି ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବା ନେଇ ଆକଳନ କରାଯାଇଛି। ସ୍କ୍ରିପ୍‌ବକ୍ସ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣ ମୁତାବକ ୬୭% ଲୋକ କହିଛନ୍ତି ଯେ, ସେମାନଙ୍କ କମ୍ପାନୀର ରାଜସ୍ବ ୨୫% ହ୍ରାସ ହୋଇଛି। ସ୍ଥିତିରେ ଟିକିଏ ସୁଧାର ଆସିବା ଲାଗି ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବ। ଏ ସମ୍ପର୍କରେ ୨୨% ଲୋକ ସେମାନଙ୍କ ମତ ରଖିଛନ୍ତି। ସର୍ଭେରେ କର୍ପୋରେଟ ଜଗତର ୧୨୦୦ ଲୋକଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୫୪ ଲୋକ ବଡ ଉଦ୍ୟୋଗ ସହ ଜଡିତ ଥିବା ବେଳେ ୩୨% ମଧ୍ୟମ ଏବଂ ୧୪% ଷ୍ଟାର୍ଟଅପ କମ୍ପାନୀ ସହ ଜଡିତ ଅଛନ୍ତି। କମ୍ପାନୀର ରାଜସ୍ବ କ୍ଷତି ହୋଇଥିବା ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ୯୦% କହିଛନ୍ତି ଯେ, ଛଟେଇ ୨୫%ରୁ କମ୍‌ ରହିଛି। ଛଟେଇ ୨୫%ରୁ ଅଧିକ ରହିଥିବା ୧୦% ମତ ରଖିଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକରେ ଅଧିକ ଛଟେଇ ହୋଇଥିବା ଏହି ସର୍ଭେରୁ ଜଣାପଡିଛି। ସେହିଭଳି ଫ୍ରିଲାନ୍ସରଙ୍କ କାମରେ ଲକ୍‌ଡାଉନର ପ୍ରଭାବ ଅଧିକ ରହିଛି। ୬୬% ଲୋକ କହିଛନ୍ତି ଯେ, ରାଜସ୍ବ ହ୍ରାସ ୨୫%ରୁ ଅଧିକ ରହିଛି। ସେହିଭଳି ୩୫% କହିଛନ୍ତି ସେମାନଙ୍କ ରାଜସ୍ବ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି।

Share