Advertisement

ସ୍ଥିତି ସ୍ବାଭାବିକ ନ ହେଲେ ଭାରତ ଫେରିବେନି ସୋନୁ

ନୂଆଦିଲ୍ଲୀ,୨୧।୩: ଭାରତରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ ଗାୟକ ସୋନୁ ନିଗମ ଏକ ନିଷ୍ପତ୍ତି ନେଇଛନ୍ତି। ଏବେ ସୋନୁ ଦୁବାଇରେ ଥିବା ବେଳେ କରୋନାକୁ ନେଇ ସାରା ବିଶ୍ୱର ପରିସ୍ଥିତି ସ୍ବାଭାବିକ ନ ହେଲେ ସେ ଭାରତ ଫେରିବେ ନାହିଁ ବୋଲି କହିଥିବା ଜଣାପଡିଛି। ସୋନୁଙ୍କ ପୁଅ ଦୁବାଇରେ ପାଠ ପଢୁଥିବାରୁ ଏବେ ସେ ପରିବାର ସହ ଦୁବାଇରେ ଅଛନ୍ତି। ଆଉ ପୁଅର ସ୍କୁଲ ଛୁଟି ଥିବାରୁ ଏବେ ପରିବାରର ସମସ୍ତ ସଦସ୍ୟ ଆଇସୋଲେଶନରେ ଥିବା ସେ କହିଛନ୍ତି। ଭାରତ ଫେରିଲେ ତାଙ୍କୁ ପୁଣିଥରେ କ୍ୱାରାଣ୍ଟାଇନରେ ରହିବାକୁ ପଡିବ ଯାହା ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପାଇଁ ଆଉ ଏକ ସମସ୍ୟା ବୋଲି ସେ କହିଛନ୍ତି। ଏହାସହ ରବିବାର ପାଳନ କରାଯାଉଥିବା ‘ଜନତା କର୍ଫ୍ୟୁ’ରେ ସେ ଏକ ଲାଇଭ୍‌ କନସର୍ଟର ବ୍ୟବସ୍ଥା କରିଥିବା କହିଛନ୍ତି। ଏହା ଭାରତୀୟ ସମୟ ରାତି ୮ଟାରେ ସୋନୁଙ୍କ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share