Categories: ଜାତୀୟ

ସ୍ଥିର ଅଛି ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୧୦।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଶୁକବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରି ଟିମ୍‌ ତାଙ୍କର ଚିକିତ୍ସା କରୁଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଶନିବାର ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ଲାଗି ଏମ୍ସ ପହଞ୍ଚିଥିଲେ। ଏବେ ଜେଟଲୀ ଆଇସିୟୁରେ ଥିବା କହିଛନ୍ତି ନାଇଡୁ। ସୂଚନାଯୋଗ୍ୟ, ଗତ ପ୍ରାୟ ୨ ବର୍ଷ ହେବା ଅସୁସ୍ଥ ଥିବା ଜେଟଲୀଙ୍କର କିଡନୀ ପ୍ରତିରୋପଣ କରାଯାଇଥିବା ବେଳେ ଅଧିକାଂଶ ସମୟ ସେ ଅସୁସ୍ଥ ରହୁଥିଲେ। ସେଥିପାଇଁ ସେ ଗତ ଲୋକ ସଭା ନିର୍ବାଚନ ଲଢି ନ ଥିଲେ ବୋଲି କୁହାଯାଏ।

Share