ସ୍ନାକ୍‌ସ ଖାଉଥିଲେ, ହୋଇଯାନ୍ତୁ ସାବଧାନ

ଅଧିକାଂଶ ଲୋକ ସକାଳେ ହେଉ କି ସନ୍ଧ୍ୟାବେଳେ ଚା ସହିତ ସ୍ନାକ୍‌ସ ଭାବରେ ଗରମ ଗରମ ପକୁଡି,  ସିଙ୍ଗଡା ଇତ୍ୟାଦି ଖାଇବାକୁ ପସନ୍ଦ କରିଥାନ୍ତି। ବଡ ବଡ ସହରମାନଙ୍କରେ ମଧ୍ୟ ଚା ସହିତ ଲୋକମାନେ ବିସ୍କୁଟ୍‌ ବା କୁକିଜ୍‌ ନିଶ୍ଚିତ ଭାବରେ ଖାଆନ୍ତି। ତେଣୁ ସମୟ ଓ ଅସମୟରେ ଖାଉଥିବା ସ୍ନାକ୍‌ସ ପାଇଁ ଆପଣଙ୍କ ଫିଟ୍‌ନେସ୍‌ ଉପରେ ପ୍ରଭାବ ପଡେ। ଆମେ ଅଧିକାଂଶ ସମୟରେ ଅଟା ବା ମଇଦାରେ ତିଆରି ଜିନିଷ ଖାଇଥାନ୍ତି। ବେକିଙ୍ଗ ସୋଡା, ମଇଦା ସହିତ ଏହା ହାଇକ୍ୟାଲୋରୀ ଡାଏଟ୍‌ ଅଟେ। ପିଲା ହୁଅନ୍ତୁ ବା ବୟସ୍କ ସମସ୍ତେ ଚାଇନିଜ ଖାଦ୍ୟ ପ୍ରିୟ ଅଟନ୍ତି। ଏଥିରେ ଫାଇବର ନଥାଏ ଓ କ୍ୟାଲୋରୀ ମଧ୍ୟ ଅଧିକ ଥାଏ। ତେଣୁ ଆମେ ଏପରି ଖାଦ୍ୟ ଖାଇବା ଉଚିତ୍‌ ଯେଉଁଥିରେ ସାଚୁରେଟେଡ୍‌ ଫ୍ୟାଟ୍‌, ସୁଗାର ବା ଆର୍ଟିଫିସିଆଲ୍‌ ସ୍ବିଟ୍‌ନର୍‌, ସୋଡିୟମ୍‌, କ୍ୟାଲୋରୀ ଆଦି କମ୍‌ ମା୍‌ତ୍ରାରେ ଥିବ। ଅଫିସ୍‌, କଲେଜ ବା ଅନ୍ୟ କେଉଁଠି ତୈଳଯୁକ୍ତ ଖାଦ୍ୟ, ଚିପ୍‌ସ ଇତ୍ୟାଦି ଟାଇମ୍‌ପାସ୍‌ ଖାଦ୍ୟ ଅଟେ। ଏହାର ଛୋଟ ମାତ୍ରାରେ ଅଧିକ କ୍ୟାଲୋରୀ ଥାଏ। ଏଥିରେ ସୋଡିୟମ୍‌ର ମାତ୍ରା ମଧ୍ୟ ଅଧିକ ଥିବା ଯୋଗୁ ଓଜନ ବୃଦ୍ଧି ହୋଇଥାଏ।

Share