Categories: ମେଟ୍ରୋ

ସ୍ନାନବେଦିରେ ସ୍ନାନକଲେ ଶ୍ରୀଗୁରୁଦେବ

କାକଟପୁର, ୧୭।୬(ଡି.ଏନ୍‌.ଏ.): ସୋମବାର ପବିତ୍ର ସ୍ନାନପୂର୍ଣ୍ଣିମା। ପ୍ରାଚୀ ଉପତ୍ୟକାର ବନ୍ଧେଶ୍ୱର ଗ୍ରାମରେ ପୂଜା ପାଉଥିବା ଶ୍ରୀଗୁରୁଦେବ ଠାକୁରଙ୍କ ସ୍ନାନ ଉତ୍ସବ ପାରମ୍ପରିକ ପ୍ରଥାନୁସାରେ ଅନୁଷ୍ଠିତ ହୋଇଯାଇଛି। ପୂଜକ କୈଳାସ ପାଣି ଠାକୁରଙ୍କ ପୂଜାନୀତି କରିବାପରେ ଠାକୁରଙ୍କୁ ମନ୍ଦିରରୁ ନିଆଯାଇ ସ୍ନାନବେଦିରେ ଉପବେଶନ କରାଇଯାଇଥିଲା। ସେଠାରେ ପୁରୋହିତ ବାପି ମିଶ୍ର ପୂଜାପାଠ କରିବା ସହିତ ପୂଜକ ପାଣି ୧୦୮ ଶୁଦ୍ଧ ପ୍ରାଚୀ ନଦୀର ଜଳରେ ଠାକୁରଙ୍କୁ ସ୍ନାନ କରାଇଥିଲେ। ସ୍ନାନପରେ ଗ୍ରାମବାସୀ ଠାକୁରଙ୍କୁ ଅଣସର ଗୃହକୁ ନେଇ ଉପବେଶନ କରାଇଛନ୍ତି। ଶ୍ରୀଗୁଣ୍ଡିଚା ଦିନ ଠାକୁର ଏଠାରୁ ପ୍ରାୟ ୪ କିମି ଦୂର ତୁଳସୀପୁର ଗ୍ରାମକୁ ପାଲିଙ୍କିରେ ଯାଇ ସେଠାରେ ପ୍ରସ୍ତୁତ ରଥରେ ରଥାରୂଢ଼ ହେବେ। ତୁଳସୀପୁର ଗ୍ରାମରେ ରଥଯାତ୍ରା ଅନୁଷ୍ଠିତ ହେବ।

Share