ସ୍ନାନମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୧୭ା୬: ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀରୁ ଓହ୍ଲାଇ ସ୍ନାନମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଦାମୂର୍ତ୍ତି। ଭୋର ୫ଟାରେ ମଙ୍ଗଳାର୍ପଣ ପରେ ୫.୨୦ରେ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପରେ ସକାଳ ୬ଟାରେ ବଳଭଦ୍ର, ୬.୨୦ରେ ଦେବୀ ସୁଭଦ୍ରା ଏବଂ ୬.୪୦ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିଜେ ହୋଇଥିଲେ। ସକାଳ ୮.୨୦ରେ ମଦନମୋହନ ସ୍ନାନବେଦୀରେ ବିଜେ କରିବା ପରେ ରୁନ୍ଧା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହା ପରେ ଅନ୍ୟାନ୍ୟ ନୀତି ବଢ଼ି ଅପରାହ୍ନ ସାଢ଼େ ୩ଟାରେ ଛେରାପହଁରା, ୪ଟାରୁ ୫ଟାରେ ହାତୀବେଶ ଅନୁଷ୍ଠିତ ଲାଗି ନୀତିନିର୍ଘଣ୍ଟ କରାଯାଇଛି। ରାତି ସାଢ଼େ ୧୦ଟାରେ ବାହୁଡ଼ା ପହଣ୍ଡି ଶେଷ ହେବାକୁ ନୀତି ଧାର୍ଯ୍ୟ ହୋଇଛି। ମହାପ୍ରଭୁଙ୍କ ହାତୀବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

Share