Categories: ଖେଳ

ସ୍ନୁକର ବିଶ୍ୱକପ୍‌ ଘୁଞ୍ଚିଲା

ଲଣ୍ଡନ, ୨୧ା୩ (ଏଏଫ୍‌ପି)- କରୋନାଭାଇରସ ଜନିତ ସଂକଟ ଯୋଗୁ ବିଶ୍ୱ ସ୍ନୁକର ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖାଯାଇଛି। ଓ୍ବାଲର୍‌ଡ ସ୍ନୁକର ଟୁର୍‌ (ଡବ୍ଲ୍ୟୁଏସ୍‌ଟି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟୁର୍ନାମେଣ୍ଟ ଏପ୍ରିଲ ୧୮ରୁ ମେ ୪ ତାରିଖ ପର୍ଯ୍ୟନ୍ତ ଶିଫିଲ୍ଡସ୍ଥିତ କ୍ରୁସିବଲ ଥିଏଟର ଖେଳାଯିବା କାର୍ଯ୍ୟକ୍ରମ ଥିଲା। ଡବ୍ଲ୍ୟୁଏସ୍‌ଟି ଚେୟାରମ୍ୟାନ ବ୍ୟାରି ହିଅନର୍‌ସ ବର୍ତ୍ତମାନ ଆମେ ସମସ୍ତେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛେ। ଏଥିରୁ ଯାଥଶୀଘ୍ର ମୁକୁଳିବା ଲାଗି ସମସ୍ତଙ୍କ ଉଦ୍ୟମ ଆବଶ୍ୟକ। ଟୁର୍ନାମେଣ୍ଟ ପୁଣି କେବେ ହେବ ସେ ସମ୍ପର୍କରେ ବ୍ରଡକାଷ୍ଟର, ଅନ୍ୟ ପାର୍ଟନର ଏବଂ ଏଥି ସହିତ ସଂଶ୍ଳିଷ୍ଟ ଭେନ୍ୟୁକୁ ଖୁବ୍‌ ଶୀଘ୍ର ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।

Share