ଚଣ୍ଡିଗଡ଼,୨୭।୬: ହରିୟାଣାରେ ଜଣେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁରୁବାର ସ୍ପଷ୍ଟଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ସ୍ଥାନୀୟ ଫରଦାବାଦ୍ର ସେକ୍ଟର-୯ଠାରେ କଂଗ୍ରେସ ପ୍ରଦେଶ ପ୍ରବକ୍ତା ବିକାଶ ଚୌଧୁରୀ କାରରେ ଯାଉଥିବାବେଳେ ତାଙ୍କ ଉପରକୁ ୧୦ଟି ଗୁଳିମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସର୍ବୋଦୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଦୁଇଜଣ ଅଜଣା ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିବା ସିସିଟିଭି ଫୁଟେଜ୍ରୁ ପୋଲିସ ଜାଣିପାରିଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।